ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ମାଡ଼

କେନ୍ଦ୍ରାପଡ଼ା,୩ା୧୧: କେନ୍ଦ୍ରାପଡ଼ା ଜିଲା ରାଜନଗରର ମହୁଲିଆ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ମାଡ଼ । ଗାଡ଼ି ସାଇଡ୍‌ ମରାକୁ କେନ୍ଦ୍ର କରି ଘଟିଛି ଏ ଘଟଣା । କେନ୍ଦ୍ରାପଡ଼ା ରାଜନଗର ଗୋପାଳପୁର ବସ୍‌ଷ୍ଟାଣ୍ଡ ନିକଟରେ ଡ୍ରାଇଭର ଅରବିନ୍ଦ ରାଉତଙ୍କୁ ବସ୍‌ରୁ ଟାଣି ବିଚ୍‌ ରାସ୍ତାରେ ମାଡ଼ ମାରିଛନ୍ତି କିଛି ଅସାମାଜିକ ବ୍ୟକ୍ତି ।ପଞ୍ଚାୟତର କଣି ଛକରେ ଦୁର୍ଘଟଣାକୁ ନେଇ ଲକ୍ଷ୍ମୀ ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ରାଜନଗର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।କଣି ଛକରେ ଲକ୍ଷ୍ମୀ ବସ୍‌ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇପଡ଼ିଥିଲେ। ଫଳରେ ଲକ୍ଷ୍ମୀ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଘୋଷାଡ଼ି ଆଣି ପ୍ରବଳ ମାଡ଼ ମାରିଥିଲେ। ତେବେ ଏଥିରେ କାହାର ତ୍ରୁଟି ସ୍ପଷ୍ଟ ହୋଇନି, ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!