ଡାବୁଗାଁ ବ୍ଲକ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଶେଷଦିନରେ ଶପଥପାଠ ଓ ପୁରସ୍କାର ଵିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୩ା୧୧:-ଡାବୁଗାଁ ବ୍ଲକ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ଶେଷ ଦିନରେ ଶପଥପାଠ ଓ ପୁରସ୍କାର ଵିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତହେଲା । ଏହି ଅବସରରେ ବିଡିଓ ଶରତ ମାଝୀ ନିଜ ମନ୍ତବ୍ୟରେ ଯେତେବେଳେ ଦେଶରେ ଅର୍ଥନୀତିକୁ ଗୁରୁତ୍ଵ ଦିଆଯାଇଥାଏ, ସେତେବେଳେ ଆମକୁ ସାମାଜିକ ଓ ରାଜନୈତିକ ସମସ୍ତ କ୍ଷେତ୍ରରେ ଦୁର୍ନୀତି କୁ ମୂଳୋତ୍ପାଟନ କରିବା ଦରକାର, ଦୁର୍ନୀତି ସମ୍ପର୍କିତ କୌଣସି ଘଟଣାକୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇବା, ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖିବା, ଜନ ସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଏଥି ସହିତ ସମସ୍ତ ଦାୟିତ୍ଵ କୁ ସାଧୁତା ବଜାୟ ରଖିବା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ହରିଓମ ଭୋଇ,ଜିପିଓ ପଦ୍ମନାବ ବ୍ଲଲା, ପିଇଓ ଏଡି ପ୍ରସାଦ, ପେସାସଂଯଜକ ଶୁଭଶ୍ରୀ ମାହାଙ୍କୁଡ, ଶିକ୍ଷକ ମାନେ ଏଵଂ ଛାତ୍ରଛାତ୍ରୀ ବ୍ଲକ କାର୍ଯ୍ୟ|ଳୟର କର୍ମଚାରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!