ଝରିଗାଁ ବ୍ଲକରେ ଆମ ଓଡ଼ିଶା ନବିନ ଓଡ଼ିଶାର କାମରେ ମହାଦୁର୍ନୀତି

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୩ା୧୧:ଆମ ଓଡ଼ିଶା,ନବୀନ ଓଡ଼ିଶା ରେ ଆସୁଥିବା ୨୦୨୩/୨୪ରେ ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକ ର ଅର୍ଥ କୁ ଆତ୍ମସାତ କରି ନିମ୍ନ ମାନର କାର୍ଯ୍ୟ କରି ମାଲେମାଲ ହେଇଛନ୍ତି ସରକାରୀ ଯନ୍ତ୍ରୀ ଓ ଠିକାଦାର । ଏହାର ଗୋଟିଏ ଜୁଳନ୍ତା ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଏକମ୍ବା “ଖ” ପଞ୍ଚାୟତର ଗୋରମ୍ବା ଗ୍ରାମଠାରେ ଏକ ଖେଳପଡିଆ ଷ୍ଟେଜ୍ ନିର୍ମାଣ କାର୍ଯ୍ୟରେ ୨୦୨୩-୨୪ ରେ କାର୍ଯ୍ୟ ସକାଶେ ୩ ଲକ୍ଷ ୫୦ ହଜାର ଟଙ୍କା ଆସିଥିଲା । ଗୋରମ୍ବା ଗ୍ରାମ ର ଲୋକମାନଙ୍କ କହିବା ଅନୁଯାୟୀ ୫୦ ହଜାର ମଧ୍ୟରେ ଏହି ଖେଳ ପଡିଆ ଷ୍ଠେଜ କରାଯାଇଛି।କିନ୍ତୁ ଏଠାରେ ଠିକାଦାର ଓ ସରକାରୀ ଯାନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର ଷ୍ଟେଜ ନିର୍ମାଣ କରାଯାଇଛି। ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଝରିଗାଁ ବ୍ଳକ ରେ ନିମ୍ନମାନର କାର୍ଯ୍ୟ କରି ସରକାରୀ ଯନ୍ତ୍ରୀ ଓ ଠିକାଦାର ମାନେ କିଭଳି ସରକାରୀ ଅର୍ଥକୁ ହରି ଲୁଟ କରି ନେଇଛନ୍ତି । ପୂର୍ବତନ ସରକାର ଥିବା ସମୟରେ ଝରିଗାଁ ବ୍ଳକ ରେ ଶୈଚାଳୟ ନିର୍ମାଣ ରେ ଆସିଥିବା ଅର୍ଥ ଗୁଡ଼ିକୁ ବ୍ୟାପକ ଭାବରେ ସରକାରୀ ଯନ୍ତ୍ରୀ ଓ ଠିକାଦାର ମାନେ ଟଙ୍କା ଆତ୍ମସାତ କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଇଥିଲା। ଝରିଗାଁ ବ୍ଳକ ରେ ୨୩-୨୪ ରେ ଆସିଥିବା ଆମ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟ ଗୁଡ଼ିକ ରେ ଆସିଥିବା ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଏହାର ତଦନ୍ତ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ରେ ଆସିଥିବା ସରକାରୀ ଅର୍ଥ କୁ ହେରଫେର କରିଥିବା ସରକାରୀ ଯନ୍ତ୍ରୀ, ଜି଼ ଆର୍ ଏସ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!