ଭୁବନେଶ୍ୱର,,୬ା୧୧: ଆସନ୍ତା ଡିସେମ୍ବର ୧୫ରେ ଓଏଏସ୍ ପ୍ରିଲିମ ପରୀକ୍ଷା|ଓଏଏସ୍ ପ୍ରିଲିମ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଏହି ନୂଆ ପରୀକ୍ଷା ତାରିଖ ଘୋଷଣା କଲା ଓପିଏସସି। ଅକ୍ଟୋବର ମାସ ୨୭ ତାରିଖରେ ଓଡ଼ିଶା ସିଭିଲ୍ ସର୍ଭିସ(ଓସିଏସ) ପ୍ରିଲିମ୍ ପରୀକ୍ଷା ପାଇଁ ଘୋଷଣା କରାଯାଇଥିଲା। ଓସିଏସ୍ ପରୀକ୍ଷା ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପ୍ରିଲିମ୍ ପରୀକ୍ଷା ନେଇ ବିଜ୍ଞପ୍ତି ଜାରି ହୋଇଥିଲା । ହେଲେ ବାତ୍ୟା ଯୋଗୁଁ ପ୍ରିଲିମ ପରୀକ୍ଷା ସ୍ଥଗିତ ରଖାଯାଇଥିଲା।ଓପିଏସ୍ସି ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଡିସେମ୍ବର ୧୫ ତାରିଖରେ ଓସିଏସ୍ ପ୍ରିଲିମ ପରୀକ୍ଷା ହେବ। ଅଧିକ ସୂଚନା ପାଇଁ ଆୟୋଗର ୱେବସାଇଟ୍ http://opsc.gov.in କୁ ଯିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |