୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ

ଭୁବନେଶ୍ୱର,୬।୧୧: ଭୁବନେଶ୍ୱରରେ ଗଡ଼ବ ମେଟ୍ରୋ ଟ୍ରେନ୍‌। ୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ କାମ ସରିବ। ପ୍ରତି ୧୦ ମିନିଟ୍‌ ବ୍ୟବଧାନରେ ଗଡ଼ିବ ମେଟ୍ରୋ। ଆଜି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ  |ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଆସିଲା ବଡ଼ ଖବର । ତେବେ ଏହି ମେଟ୍ରୋ ଟ୍ରେନ୍‌ ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ । ତେବେ ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହି ମେଟ୍ରୋ ଟ୍ରେନ୍‌ର ଉଚ୍ଚତା ଅଧିକ ରହିବ ।ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି, ୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ। ଭୂମିଠାରୁ ୧୩ ମିଟର ଉପରେ ଚାଲିବ ମେଟ୍ରୋ ଟ୍ରେନ୍‌। ତେବେ ରାଜମହଲ, ଜୟଦେବ ବିହାର ଓଭରବ୍ରିଜ ତଥା ବାରଙ୍ଗ ରେଲୱେ ଲାଇନ୍‌ ଉପରେ ଏହାର ଉଚ୍ଚତା ଅଧିକ ରହିବ। ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ ମେଟ୍ରୋ। ସେଥିପାଇଁ ୩ କୋଚ୍‌ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା ହୋଇଛି ବୋଲି ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି।ସେହିପରି ସଡ଼କ ଯାତ୍ରୀଙ୍କ ଯାତାୟାତ ସୁବିଧା ଲାଗି ଏବେ ଶିଶୁ ଭବନ ଛକଠାରୁ ରଘୁନାଥପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାମ ମଧ୍ୟ ଚାଲିଛି । ୨ ମାସ ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ କାମ ବି ସରିବ । ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ ଡିଜାଇନ । ଏମିତିକି ମେଟ୍ରୋ ପ୍ରକଳ୍ପ ଲାଗି ଭୁବନେଶ୍ୱର ଘାଟିକିଆଠାରେ କାଷ୍ଟିଂ ୟାର୍ଡ ମଧ୍ୟ ତିଆରି ଚାଲିଛି । ଏଠାରେ ମେଟ୍ରୋ ରେଳ ଲାଇନ ପାଇଁ ତିଆରି ହେବ କାଷ୍ଟିଂ ଉପକରଣ । ସେହିପରି ତ୍ରିଶୁଳିଆ ଫୁଲପୋଖରି ରତାଗଡ଼ ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମେଣ୍ଟେନାନସ୍ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!