ଭୁବନେଶ୍ୱର,୬।୧୧: ଇଡ୍କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ଜବତ କରିଛି ପୁଳା ପୁଳା ସମ୍ପତ୍ତି। ସବୁ କବାଟ, ଝରକା, ଆଲମିରାରେ ସବୁଆଡ଼େ ଲାଗିଛି ଡିଜିଟାଲ୍ ଲକର୍। ପ୍ରଚୁର ଟଙ୍କା ଖର୍ଚ୍ଚ କରି ୭ହଜାର ବର୍ଗଫୁଟରେ ୩ ମହଲା ଘର କରିଥିବା ବେଳେ ଏହାର ଦାମ୍ ପ୍ରାୟ ୧୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି।ଆଜି ତାଙ୍କ ଘର ସମେତ ମୋଟ ୬ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିବା ବେଳେ ଠାବ ହୋଇଛି ଅଚଳାଚଳ ସଂପତ୍ତି।ଭୁବନେଶ୍ୱରର ରାଜାରାଣୀ ମୌଜାର ଆର୍ଯ୍ୟ ବିହାରରେ ତାଙ୍କର ଏକ ଚାରି ମହଲା କୋଠା ରହିଛି। ଏହାର ଦାମ ୩.୨୨ କୋଟି ବୋଲି ଆକଳନ କରିଛି ଭିଜିଲାନ୍ସ। । ପାଖାପାଖି ୭୫୦୦ ବର୍ଗଫୁଟ ଜମିରେ ଛିଡ଼ା ହୋଇଥିବା ଏହି ୪ ମହଲା କୋଠାଟି କୌଣସି ରାଜକୀୟ ବଙ୍ଗଳାଠାରୁ କମ୍ ନୁହେଁ। ଏହି କୋଠାର ସମସ୍ତ ଦ୍ୱାରରେ ସେନ୍ସର ଲାଗିଛି। ଡ୍ରଇଂ ରୁମ୍ଠାରୁ ଆରମ୍ଭ କରି ବେଡ୍ ରୁମ୍- ସବୁଠି ରହିଛି ସେନ୍ସର ଲକିଂ ବ୍ୟବସ୍ଥା। ଘରର ଡିଜାଇନ ଆଖି ଖୋସିଲା ଭଳି ହୋଇଛି। ଘର ସାରା ଇମ୍ପୋର୍ଟେଡ୍ ଉପକରଣ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ବାବୁଙ୍କ ଏହି ଆଲିଶାନ ବଙ୍ଗଳାରେ ୩୨ଟି ଫ୍ୟାନ ଓ ୧୨ଟି ଏସି ଲାଗିଛି ।ପୁରୀ ଜିଲ୍ଲାର ବାଲୁଖଣ୍ଡ ମୌଜାରେ ଶ୍ରୀ ଉଦୟସିଂହଙ୍କର ଏକ ଫ୍ଲାଟ ଅଛି। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ତାଙ୍କର ମୋଟ ୩ଟି ପ୍ଲଟ ଅଛି। ସେଥିରୁ ଦୁଇଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି। ତାଙ୍କର ୩ଟି ଜମି ଅଛି। ସେଥିରୁ ଦୁଇଟି ଭୁବନେଶ୍ୱରର ରାଜରାଣୀ ମୌଜାରେ ରହିଛି। ଆଉ ଗୋଟିଏ ଖୋର୍ଦ୍ଧାର ପ୍ରତାପ ଶାସନରେ ଅଛି। ଏଗୁଡ଼ିକ ଦର ବେଶ୍ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତାଙ୍କର ଏହି ସବୁ ପ୍ଳଟ ଓ ଜମିର ପ୍ରକୃତ ମୂଲ୍ୟ ଜାଣିବା ପାଇଁ ମାପଚୂପ କରିଛି ଭିଜିଲାନ୍ସ।୩୩ ଲକ୍ଷର ବ୍ୟାଙ୍କ ଜମା ସହ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |