‘ମୋ ବସ୍‌’ ଗତି ଉପରେ ଲାଗିବ ନିୟନ୍ତ୍ରଣ , ସ୍ପିଡ୍‌ ୪୦ରୁ ଅଧିକ ରହିବ ନାହିଁ’

ଭୁବନେଶ୍ୱର,୬।୧୧: ମୋ ବସ୍‌ ଗତି ଉପରେ ନିୟନ୍ତ୍ରଣ ଲାଗିବ।  ଚେତାବନୀ ଦେଲେ ମନ୍ତ୍ରୀ। ସହର ଭିତରେ ବୁଲୁଥିବା ମୋ’ ବସ୍‌ର ସ୍ପିଡ୍‌ ଲିମିଟ୍‌ ୪୦ରୁ ଅଧିକ ରହିବ ନାହିଁ। ଯେଉଁ ବସ୍‌ ଗୁଡ଼ିକ ବାହାରକୁ ଯାଉଛି, ତାହାର ସ୍ପିଡ୍‌ ୫୦ ରହିବ। ଏହି ନିର୍ଦ୍ଦେଶକୁ ଯଥାଶୀଘ୍ର ଲାଗୁ କରିବା ପାଇଁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଯଦି ବସ୍‌ର ଚାଳକ ମଦ ପିଇଥିଲେ ଓ ନିୟମ ନମାନି ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ |ଗଣମାଧ୍ୟମକୁ ସେ କହିଛନ୍ତି, ନିୟମିତ ବ୍ୟବଧାନରେ ବସ୍‌ ଗୁଡ଼ିକୁ ଯାଞ୍ଚ କରାଯିବ। ବସ୍‌ ଚାଳକଙ୍କ ଲାଇସେନ୍ସ ଚେକିଂ ହେବ। ଯିଏ ଲାଇସେନ୍ସ ଆଣିଥିବେ, ସେମାନେ ଗାଡ଼ିରେ ଚଢ଼ିବ। ଏହାଛଡ଼ା ବସ୍‌ ଚଢ଼ିବା ପୂର୍ବରୁ କର୍ମଚାରୀମାନେ ମଦ ପିଇଛନ୍ତି କି ନାହିଁ, ତାହାର ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!