ପୁରୀ ,,୭ା୧୧: ଶ୍ରୀମନ୍ଦିରର ମେଘନାଦ ପାଚେରିରୁ ପାଣି ଗଳୁଛି। ଏକାଧିକ ସ୍ଥାନରେ ହୋଇଥିବା ଛିଦ୍ର ଦେଇ ପାଣି ତଳକୁ ଖସିବା ଫଳରେ ଶିଉଳି ଲାଗିଯାଇଛି। ତେଣୁ ଏହାର କିପରି ସ୍ଥାୟୀ ସମାଧାନ କରାଯିବ ସେ ନେଇ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଘନାଦ ପାଚେରୀ ସମେତ ଶ୍ରୀମନ୍ଦିରର ସଂରକ୍ଷଣ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।କାର୍ତ୍ତିକ ମାସ ଶେଷ ପରେ ଏଏସ୍ଆଇ ଆନୁଷଙ୍ଗିକ ପାଚେରୀ ମରାମତି କରିବ ବୋଲି ମୁଖ୍ୟ ପ୍ରଶାସକ ଡ. ପାଢୀ କହିଛନ୍ତି। ଶ୍ରୀମନ୍ଦିର ପରିସର ବିଭିନ୍ନ ପାଶ୍ୱର୍ ମନ୍ଦିରରେ ପାଣି ଗଳୁଥିବା ଏବଂ କେତେକର ମରାମତି ଆବଶ୍ୟକ ରହିଛି। ଏ ନେଇ ସେବାୟତମାନେ ଅବଗତ କରାଇଛନ୍ତି। ଏ ସଂକ୍ରାନ୍ତରେ ଏଏସ୍ଆକୁ ଅବଗତ କରାଯାଇ ମରାମତି କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଏହି ବୈଠକରେ ଏଏସ୍ଆଇ ଏବଂ ଶ୍ରୀମନ୍ଦିର ନିର୍ମାଣ ସେକ୍ସନର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |