ମିଥୁନଙ୍କ ବିରୋଧରେ ଏତଲା

କୋଲକାତା, ୭।୧୧: ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କର ଅଡ଼ୁଆ ବଢ଼ିଛି। ପଶ୍ଚିମବଙ୍ଗରେ ଏକ ଦଳୀୟ କାର‌୍ୟ୍ୟକ୍ରମ ଅବସରରେ ଘୃଣ୍ୟ ଭାଷଣ ପ୍ରଦାନ କରିଥିବାରୁ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବିରୋଧରେ ଦୁଇଟି ଏତଲା ରୁଜୁ କରାଯାଇଛି। ଅକ୍ଟୋବର ୨୭ରେ ବିଜେପିର ସଦସ୍ୟତା ଗ୍ରହଣ ପାଇଁ ଆୟୋଜିତ ଉତ୍ସବରେ  ମିଥୁନ ଯୋଗଦେଇଥିଲେ। ଏହି ଅବସରରେ  ମିଥୁନ କହିଥିଲେ ଯେ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବା  ବିଜେପି ସମସ୍ତ ପ୍ରକାର ପଦ​‌େ​‌କ୍ଷପ ନେବାକୁ ପ୍ରସ୍ତୁତ ରହିଛି। ଏହି ପ୍ରସଙ୍ଗରେ ମିଠୁନ ତୃଣମୂଳ କଂଗ୍ରେସ ନେତା ହୁମାୟୁନ କବିରଙ୍କ ମନ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଗତ ମାସ ୨୭ ତାରିଖରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ଭାଜପାର ଏକ ସଦସ୍ୟତା ଗ୍ରହଣ ଅଭିଯାନରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ବୁଧବାର ତାଙ୍କ ବିରୋଧରେ ବିଧାନନଗର ଦକ୍ଷିଣ ଥାନାରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମିଥୁନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଙ୍ଗିତ କରି କହିଥିଲେ, ରାଜ୍ୟରେ ଭାଜପା ସରକାର ୨୦୨୬ରେ ଆସିବା ନିଶ୍ଚିତ। ଏହାପରେ ତୁମକୁ ଦେଖିନବୁ। ସ୍ଥାନୀୟ ବିଧାୟକ ହୁମାୟୁନ କବିରଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ପ୍ରତିଶୋଧ ପରାୟଣ ଭାବନା ସହ ମିଥୁନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ନେଇ ପଶ୍ଚିମବଙ୍ଗ ରାଜ୍ୟ ଭାଜପା ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି। ରାଜ୍ୟ ସରକାର ବାରମ୍ବାର ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!