ବାଲିଯାତ୍ରା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି

କଟକ,୭ା୧୧: ବାଲିଯାତ୍ରା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି। ଉପର ପଡିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ହେବ ବାଲିଯାତ୍ରା । ଆସନ୍ତାବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ନେବ । ତେବେ ସହୟରେ ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ। ରାସ୍ତା କଡ କିମ୍ବା ଫୁଟପାଥ ଉପରେ ବ୍ୟବସାୟକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ହାଇକୋର୍ଟ । ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ପ୍ରଶାସନ କରୁଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!