ଇନସ୍ପେକ୍ଟର୍ ସ୍ତରରେ ବଡ଼ ଅଦଳବଦଳ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର),,୭।୧୧:-ରାଜ୍ୟରେ ବିଜେପି ସରକାର ଗଠନ ପରେ ପୁଲିସ ଇନ୍‌ସ୍ପେକ୍ଟର୍ ସ୍ତରରେ ପ୍ରଥମ ଥର ବଡ଼ ଧରଣର ଅଦଳବଦଳ ହୋଇଛି । ରାଜ୍ୟରେ ୪୯ ଜଣ ପୁଲିସ ଇନପେକ୍ଟର୍‌ଙ୍କ ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଛି ।ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ନରେଶ କୁମାର ସାହୁ, ସୌମ୍ୟରଞ୍ଜନ ବିଶ୍ବାଳ, ଦୀପ୍ତିରଞ୍ଜନ ସାହୁ ଓ ରାଜେନ୍ଦ୍ର କୁମାର ମହାପାତ୍ରଙ୍କୁ କେନ୍ଦ୍ରାପଡ଼ା, ପଦ୍ମଲୋଚନ ପାଣିଗ୍ରାହୀ ଓ ପଞ୍ଚାନନ ମହାନ୍ତିଙ୍କୁ ମୟୂରଭଞ୍ଜ, ସନ୍ଧ୍ୟାରାଣୀ ସିଂହଙ୍କୁ କଟକ, ସୁଚିସ୍ମିତା ମହାନ୍ତିଙ୍କୁ ଢେଙ୍କାନାଳ, ପରମାନନ୍ଦ ଦଳାଇଙ୍କୁ ନୟାଗଡ଼, ତପନ କୁମାର ନାହକଙ୍କୁ ପୁରୀ, ପିଙ୍କି କୁମାରୀ ମୁର୍ମୁଙ୍କୁ ରାଉରକେଲା, ସିତାଂଶୁ ଶେଖର ମାନ୍ଧାତାଙ୍କୁ ଗଞ୍ଜାମ, ସନ୍ତୋଷ କୁମାର ବେହେରାଙ୍କୁ ଗଞ୍ଜାମ, ଜ୍ୟୋତିର୍ମୟୀ ସେଠୀ, ରଞ୍ଜିତ ମହାନ୍ତି ଓ ଜୟନ୍ତୀ ମଲ୍ଲିକଙ୍କୁ ଯାଜପୁର, ପ୍ରଭାସ ଚନ୍ଦ୍ର ସାହୁଙ୍କୁ ଜଗତସିଂହପୁର ବଦଳି ହୋଇଛି। ସେହିପରି ଦୀପ୍ତିରଞ୍ଜନ ବେହେରାଙ୍କୁ ଗଞ୍ଜାମ, ଦିଲ୍ଲୀପ କୁମାର ମର୍ଦରାଜ ଭୂୟାଁ ଓ ଦୁର୍ଗେଶନନ୍ଦିନୀ ମହାନ୍ତିଙ୍କୁ କଟକ, ରାଜକିଶୋର ବେହେରାଙ୍କୁ କ୍ରାଇମବ୍ରାଞ୍ଚ, ତପନ କୁମାର ପତିଙ୍କୁ କନ୍ଧମାଳ, ରମେଶ କୁମାର ପ୍ରଧାନଙ୍କୁ ଗଞ୍ଜାମ, ସୁଚିତ୍ରବିର୍ଜ୍ୟ ଦାସ, ରବିନାରାୟଣ ବେହେରା, ଅନିରୁଦ୍ଧ ନାୟକ ଓ ଅଭିମନ୍ୟୁ ନାୟକଙ୍କୁ କମିସନରେଟ୍ ପୁଲିସ, କାବୁଲି ବାରିକ, ରଶ୍ମିରଞ୍ଜନ ଦାସ ଓ ସମୀର କୁମାର ରାଉତଙ୍କୁ ଜଗତସିଂହପୁର,ଡାବୁଗାଁ ଇନସ୍ପେକ୍ଟର୍ ସୁନିଲ କୁମାର ପ୍ରଧାନଙ୍କୁ ଗଞ୍ଜାମ, ସୁଶାନ୍ତ କୁମାର ସାହୁଙ୍କୁ ଭଦ୍ରକ, ସୁମନ୍ତ କିଶାନଙ୍କୁ ଝାରସୁଗୁଡ଼ା, ସୁଶାନ୍ତ କୁମାର ସାହୁଙ୍କୁ ପୁରୀ ବଦଳି କରାଯାଇଛି । ସଞ୍ଜୟ କୁମାର ଜେନାଙ୍କୁ କଟକ, ରଘୁନାଥ ସ୍ବାଇଁଙ୍କୁ କମିସନରେଟ୍ ପୁଲିସ, ଶଙ୍କର ପଣ୍ଡାଙ୍କୁ ବ୍ରହ୍ମପୁର, ଦୁର୍ବାଦଳ ମେହେରଙ୍କୁ ଝାରସୁଗୁଡ଼ା, ବିଲ୍ଵମଙ୍ଗଳ ସେଠୀଙ୍କୁ ଭିଜିଲାନ୍ସ, ପ୍ରେମଜିତ ଦାସଙ୍କୁ ଜଗତସିଂହପୁର, ଗୋପାଳକୃଷ୍ଣ ଜେନାଙ୍କୁ ଭଦ୍ରକ, ଦେବଦତ୍ତ ବସ୍ତିଆଙ୍କୁ ଝାରସୁଗୁଡ଼ା, ପ୍ରକାଶ କୁମାର କରଣଙ୍କୁ ନବରଙ୍ଗପୁର, ଅଭିମନ୍ୟୁ ଦୁର୍ଗଙ୍କୁ ବରଗଡ଼, ତାପସ କୁମାର ଭୋଇଙ୍କୁ ସୁବର୍ଣ୍ଣପୁର, ଜୀବନାନନ୍ଦ ଜେନାଙ୍କୁ ଗଞ୍ଜାମ, ଶୁଭଲକ୍ଷ୍ମୀ ପୂଜାରୀଙ୍କୁ ଗଞ୍ଜାମ, ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କୁ କ୍ରାଇମବ୍ରାଞ୍ଚ, ତୁସିଲ ମାଝିଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ନୂଆ ନିଯୁକ୍ତି ପ୍ରଦାନ କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!