ନବରଙ୍ଗପୁର (ମିହିର ଶଙ୍କର ପାତ୍ର),,୭।୧୧:ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ରେ ସରକାରୀ ଯନ୍ତ୍ରୀ ଓ ଠିକାଦାର ମାନଙ୍କ ମଧୁଛନ୍ଦ୍ରିକାରେ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ଅତି ନିମ୍ନ ମାନର କରି ସରକାରୀ ଯନ୍ତ୍ରୀ ଓ ଠିକାଦାର ମାନେ ମାଲେମାଲ ହେଇ ଯାଇଛନ୍ତି। ଝରିଗାଁ ବ୍ଳକ ଠାରେ ଗୋଟିଏ ପରେ ଗୋଟିଏ କାମର ଦୂର୍ନିତି ର ପର୍ଦ୍ଦାଫାଶ ହେବାକୁ ଲାଗିଛି । ପ୍ରଥମେ ଶୈଚାଳୟ ନିର୍ମାଣ ରେ ଦୂର୍ନିତି ତାପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ନିର୍ମାଣ ରେ ଦୂର୍ନିତି , ଆମ ଓଡିଶା ନବୀନ ଓଡିଶା ଓଡ଼ିଶାର ପ୍ରତ୍ୟେକ କାର୍ଯ୍ୟରେ ଦୂର୍ନିତି। ସବୁଠୁ ବଡ଼ ଦୁର୍ନୀତି ତୋ ଅମୃତ ସରବର ନାମରେ ହୋଇଛି।ଏହାର ଜଳନ୍ତା ଉଦାହରଣ ଦେଖିବାକୁ ମିଲିଚି ୨୦୨୩/୨୪ ରେ ନିର୍ମିତ ଗୋଟିଏ ଅମୃତ ସରୋବରରେ। ଯାହାକି ଝରିଗାଁ ବ୍ଳକ ଧାମନାଗୁଡା ପଞ୍ଚାୟତ ଖୁଟୁବାଇ ଗ୍ରାମ ର ଗାଁ ମୁଣ୍ଡରେ ନିର୍ମାଣ ହୋଇଛି।ଏହି ଅମୃତ ସରୋବର ୩୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଦର୍ଶା ଯାଇଛି।ଗତ ୨୦୨୨- ୨୩ ବର୍ଷରେ ଏହି ଅମୃତ ସରୋବର ର କାର୍ଯ୍ୟ ଆରମ୍ଭ ହୋଇଥିଲା।କିନ୍ତୁ ଦୁଇବର୍ଷ ହେଲାଣି ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇନାହିଁ ।ଏହାର ମୁଖ୍ୟକାରଣ ଶ୍ରମିକ ବଦଳରେ ମିସିନରେ କାମ ଆରମ୍ବ ହୋଇଥିଲା ଏଵଂ ସେ ସମୟରେ ଏହାର ପ୍ରତିବାଦ କରିଥିଲେ ଶ୍ରମିକ ମାନେ ବୋଲି ସୂଚନା ମିଳୁଛି। “ସରକାରଙ୍କୁ କିଭଳି ଭୁଆଁ ବୁଲାଯାଇଛି ଏହି କାମରେ ତାହା ଦେଖିବାକୁ ମିଲିଛି, ଯେହେତୁ ଏହି ଅମୃତ ସରୋବର ନିକଟରେ ପୂର୍ବରୁ ଅମୃତ ସରବର ଠାରୁ ମଧ୍ୟ ବଡ ପୋଖରୀ ପାଖାପାଖି 30 ବର୍ଷ ଆଗରୁ ଅଛି” ତଥାପି ଏହି ସ୍ଥାନରେ ଅମୃତ ସରବର ଖୋଳା ଯାଇଥଲା ଯାହାର କିଛି ଆବଶ୍ୟକ ନଥିଲା। ନିର୍ମାଣ କାମ ସାରିବା ପୂର୍ବରୁ ଅମୃତ ସରୋଚର ର ଅବସ୍ଥା ସଚୋନୀୟ ହୋଇପଡ଼ିଲାଣି। ଏହା ଗ୍ରାମବାସୀ କିମ୍ଵା କଣସି ପଶୁପକ୍ଷୀର କାମରେ ମଧ୍ୟ ଲାଗୁନାହିଁ। ପୂର୍ବରୁ ଝରିଗାଁ ବ୍ଲକ ଦୁର୍ନୀତିରେ ବୁଡି ରହି ଥୁବାର ଦୃଶ୍ୟ ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ ହେଉଥିଲା ସେଥିରେ ପୁଣି ଆଉ ଏକ ଦୁର୍ନୀତି ଯୋଡି ହୋଇଯାଇଛି, ତେବେ ଏଠି ପ୍ରଶ୍ନ ସୃଷ୍ଟି ହେଉଛି ଝରିଗାଁ ବ୍ଳକର ଅମୃତ ସରୋବର ରେ ଏଭଳି ଦୁର୍ନୀତି ହୋଇଛି ତେବେ ବାକି ଗାଁର ଅମୃତ ସରୋବରରେ କି ପ୍ରକାର ଦୂର୍ନୀତୀ ହୋଇଥିବ ତାହା ଜିଲ୍ଲାସ୍ତରୀୟ ତଦନ୍ତ କଲେ ଜଣାପଡିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |