ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତ ଦାନ ଶିବିର

ନବରଙ୍ଗପୁର (ମିହିର ଶଙ୍କର ପାତ୍ର),,୭।୧୧:ଡାବୁଗାଁ ବ୍ଳକ ସଦର ମହକୁମା ରାଜ୍ୟ ରାଜପଥ-୩୯ ପାର୍ଶ୍ଵରେ ଥିବା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତା ୪|୧୧ ଓ ତା୫|୧୧ ଦୁଇ ଦିନ ଧରି ରକ୍ତ ନମୁନା ଚିହ୍ନଟ ୩୧୩ ଜଣ ଛାତ୍ରଛାତ୍ରୀ ମାନଙ୍କର କରାଯାଇ ଥିବା ବେଳେ ଆଜି ରକ୍ତଦାନ ଶିବିର କରାଯାଇଥିଲା l ଉକ୍ତ ଶିବିରକୁ ମୁଖ୍ୟ ଅତିଥି ଡାବୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ ରିବନଫିତା କାଟି ଶୁଭ ଉଦଘାଟନ କରିଥିଲେ lସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଉକ୍ତ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇ ଥିବାବେଳେ ଯୁବ ରେଡକ୍ରସ ଛାତ୍ରଛାତ୍ରୀ ମାନଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ଅଧିକ ସୁନ୍ଦର ହୋଇଥିଲା l ନବରଙ୍ଗପୁର ଜିଲ୍ଲାରୁ ସ୍ଵାସ୍ଥ୍ଯ ବିଭାଗ ରୁ ଏଲ୍ ଟି ସରୋଜ କୁମାର ସିଂ,ଏନ୍ ଓ ମାରଟିନ ଛତ୍ର, ତିଇଓ ସମ୍ବିତ ମିଶ୍ର, ଆଟେଣ୍ଡାଣ୍ଟ ବିରେନ୍ଦ୍ର ବିଶୋୟୀ ପ୍ରମୂଖ ଉପସ୍ଥିତ ରହି ରକ୍ତ ଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ l ଉକ୍ତ ରକ୍ତଦାନ ଶିବିର ରେ ୧୭ ଜଣ ଙ୍କ ଠାରୁ ୧୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହି ଅବସରରେ ପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରି ଧୂପ ଲଗାଇ, ପ୍ରଦୀପ ଜଳାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଉକ୍ତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀ ନାହାକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଶ୍ରୀମତୀ ମାଝୀ ମ୍ୟାଡାମ ଙ୍କ ଉପସ୍ଥିତିରେ ସମ୍ମାନୀତ ଅତିଥି ଜିଲ୍ଲା ଆବାହକ ଯୁବ ରେଡକ୍ରସ ତଥା ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ ଦିଲ୍ଲୀପ ହୋତା, ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଅଖିଳ ଭଟ୍ଟ,ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ଗନ୍ତାୟତ, ଅଧ୍ୟାପକ ଶିବ ପ୍ରସାଦ ସାହୁ ପ୍ରମୁଖ ମଞ୍ଚରେ ଉପବେଶନ କରିଥିବା ବେଳେ ଅଧ୍ୟାପିକା ପ୍ରତିକ୍ଷା ପ୍ରିୟ ଦାର୍ଶନି ସ୍ଵାଇଁ ବେଶ୍ ସୁନ୍ଦର୍ ଭାବେ ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ବୃନ୍ଦ ରକ୍ତ ଦାନ ମହତ୍ ଦାନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବହୁବାର ରକ୍ତଦାନ କରିଥିବା ବ୍ୟକ୍ତି ବିଶେଷ ମଧ୍ଯ ଯୋଗ ଦେଇ ରକ୍ତ ଦାନ କରିଥିଲେ l ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରି ଶାନ୍ତି ଶୃଙ୍ଖଳା ରେ ସମାପନ କରିଥିଲେ l ଆସନ୍ତା ଡିସେମ୍ବର ମାସରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କର ତିନି ଦିନିଆ ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମ ସମ୍ପୃକ୍ତ ବିଦ୍ୟାଳୟରେ ହେବା ପାଇଁ ଜିଲ୍ଲା ଆବାହକ ଯୁବ ରେଡକ୍ରସ ଶ୍ରୀ ହୋତା ଓ ଜିଲ୍ଲା ସଂଯୋଜକ ଯୁବ ରେଡକ୍ରସ ଶ୍ରୀ ଭଟ୍ଟ ସୂଚନା ଦେଇଛନ୍ତି।

8ea67000 e3b3 45d4 832a 911919d6ac45

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!