ଗ୍ରାମରକ୍ଷୀ ଙ୍କ ଦୁଃଖ କେବେ ବୁଝିବେ ସରକାର.. ୬ବର୍ଷ ହେବ ଟଙ୍କାଟି ବଢ଼ିଲାଣି ଭତ୍ତା

ନବରଙ୍ଗପୁର (ମିହିର ଶଙ୍କର ପାତ୍ର, ), ୮।୧୧:- -ଗ୍ରାମରକ୍ଷୀ ମାନେ ସରକାରୀ କର୍ମଚାରୀ ହୋଇ ଥିବାରୁ ତାଙ୍କ ସ୍ତ୍ରୀ ମାନଙ୍କୁ ମିଳୁନି ସୁଭଦ୍ରା ଟଙ୍କା, ଗ୍ରାମରକ୍ଷୀ ମାନେ ଦୁଃଖ ଜଣାଇଲେ  |ଡାବୁଗାଁ କୃଷି ଫାର୍ମ ନିକଟରେ ଗ୍ରାମରକ୍ଷୀଙ୍କ ଦରମା ବୃଦ୍ଧିପାଇଁ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକରେ ଡାବୁଗାଁ ବ୍ଲକ ତଥା ନବରଙ୍ଗପୁର ଜିଲ୍ଲା ର ୧୦ ଗୋଟି ବ୍ଲକରୁ ଦୁଇଶହରୁ ଉର୍ଦ୍ଧ ଗ୍ରାମରକ୍ଷୀ ଉପସ୍ଥିତି ଥିଲେ। ସେମାନଙ୍କ ମୁଖ୍ୟ ଦାବିଗୁଡିକ ହେଲା ଦରମା ବୃଦ୍ଧି କରି ମାସକୁ ୧୩, ୫୦୦ ଟଙ୍କା କରାଯାଉ, ସ୍ଥାୟୀ ନୁଯୁକ୍ତି ଦିଆଯାଉ, ଆଗାମୀ ଦିନରେ ଆମ ପିଲାମାନଙ୍କୁ ନିଯୁକ୍ତି ଦିଆଯାଉ, କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ମୃତ୍ୟୁ ପରେ ପରିବାରକୁ କ୍ଷେତି ପିରଣ ବାବଦରେ ୧୧ଲକ୍ଷ୍ୟ ଦିଆଯାଉ ଏଭଳି ୭ ଟି ଦାବି ସରକାରଙ୍କୁ ଜଣାଇଛନ୍ତି ।ସେମାଙ୍କୁ ମାସକୁ ମିଳୁଛି ମାତ୍ର ୧୮ ସହ ଟଙ୍କା, ତାହାବି କଣସି ଗୁରୁତ୍ୱ ପୂର୍ଣ୍ଣ କାମ ପଡିଲେ ଯଦି ଯେଉଁଦିନ ସେମାନଙ୍କ ପାଳି ପଡ଼ିଥିବ ନ ଆସିଲେ ୪୫୦ ଟଙ୍କା କଟା ଯାଉଛି। ଆଜିକୁ ୬ବର୍ଷ ହେବ ଟଙ୍କାଟି ମଧ୍ୟ ବଢିନି ଭତା ପଇସା। ଏବିଷୟରେ ସେମାନେ ହଇକୋର୍ଟ ର ମଧ୍ୟ ଦ୍ୱାରସ୍ଥ ହଇ ସାରିଲେଣି କିନ୍ତୁ କୋଣସି ସୁଫଳ ମିଳି ନାହିଁ ବର୍ତ୍ତମାନ ପର୍ଯ୍ୟନ୍। ଗ୍ରାମରକ୍ଷୀ ମାନେ ସରକାରୀ କର୍ମଚାରୀ ହୋଇ ଥିବାରୁ ତାଙ୍କ ସ୍ତ୍ରୀ ମାନଙ୍କୁ ମିଳୁନି ସୁଭଦ୍ରା ଟଙ୍କା, ଦୁଃଖ ଜଣାଇଲେ ଗ୍ରାମରକ୍ଷୀ ମାନେ ।ସରକାରୀ ଚାକିରୀ କରୁଥିବା କର୍ମଚାରୀ ମାନେ ଯେଭଳି ନିର୍ଦ୍ଧିଷ୍ଟ ସମୟରେ ଦରମା ପାଉଛନ୍ତି ସେଭଳି ଗ୍ରାମରକ୍ଷୀ ମାନଙ୍କୁ ମଧ୍ୟ ଦରମା ଦିଆଯାଉ ଏଵଂ ଦିନକୁ ୫ସହ ଟଙ୍କା ହିସାବରେ ମାସକୁ ୧୫ ହଜାର କରା ଯାଉ କିନ୍ତୁ ଏବିଷୟରେ ବାରମ୍ବାର ଦାବି ଦେବା ପରେ ମଧ୍ୟ କଣସି ଫଳ ମିଳୁ ନାହିଁ। ନୂତନ ସରକାରଙ୍କୁ ମଧ୍ୟ ସେମାନେ ଦାବି ଜଣାଇଲେଣି କିନ୍ତୁ କଣାସ ଦାବି ପୂରଣ ହେଇ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!