ଭୁବନେଶ୍ୱର,୧୦ା୧୧: ଡିସେମ୍ବରରେ ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି । ଆସନ୍ତା ଡିସେମ୍ବର ୪ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଯୋଗ ଦେବେ । ପୁରୀ ବ୍ଲୁ ଫ୍ଲାଗ ବିଚରେ ଆୟୋଜିତ କାର୍ଯ୍ୟକ୍ରମରେ ନୌସେନାର ‘ଅପରେସନ ଡେମୋନଷ୍ଟ୍ରେସନ’ ପ୍ରଦର୍ଶିତ ହେବ । ଏଥିପାଇଁ ନୌସେନା ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।ଏହି ‘ଅପରେସନ ଡେମୋନଷ୍ଟ୍ରେସନ’ ବା ପରିଚାଳନାଗତ ପ୍ରଦର୍ଶନୀରେ ନୌସେନା ନିଜର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତ କରିଛି । ଏହି କାର୍ଯ୍ୟକ୍ରମରେ ନୌସେନା ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରିବ । ନାଗରିକଙ୍କ ମଧ୍ୟରେ ସମୁଦ୍ରକୁ ନେଇ ସଚେତନତା ବୃଦ୍ଧି କରିବ ଏବଂ ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ କରିବାରେ ସହାୟକ ହେବ । ତେବେ ନୌସେନା ପକ୍ଷରୁ ହେଉଥିବା ଏହି ‘ଅପରେସନ ଡେମୋନଷ୍ଟ୍ରେସନ୍’ କାର୍ଯ୍ୟକ୍ରମକୁ ସମୁଦ୍ର କୂଳରୁ ଲାଇଭ ପ୍ରଦର୍ଶନକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ବସିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |