ରାଜଧାନୀରେ  ମାତିଲେ ଲୁଟେରା

ଭୁବନେଶ୍ୱର,୧୦ା୧୧: ରାଜଧାନୀରେ  ମାତିଲେ ଲୁଟେରା। ଘରର ଝରକା ତାଡ଼ି ଘରେ ପଶି କଳାକନା ବୁଲାଇଦେଲେ। ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଯାଇଥିବା ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି।ଝରକା ତାଡ଼ି ଭୁବନେଶ୍ୱର ଇନଫୋସିଟି ଶ୍ରୀଗଣେଶ ବିହାର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡ଼ଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଲୁଟେରାମାନେ ଇନଫୋସିଟି ଥାନା ଅନ୍ତର୍ଗତ ଶ୍ରୀ ଗଣେଶ ବିହାରରେ ରହୁଥିବା ବଂଶୀଧର ଗଉଡଙ୍କ ଘରେ ପଶିଥିଲେ। ଆଲମାରି ଭାଙ୍ଗି ଘରୁ ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ଗଣେଶ। ଇନଫୋସିଟି ଥାନା ପୁଲିସ ଘଟଣାର ତଦନ୍ତ କରୁଛି।ବଂଶୀଧର ଗଉଡ କହିଛନ୍ତି, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆମେ ସ୍ୱାମୀସ୍ତ୍ରୀ ଘରେ ଶୋଇଥିଲୁ। ଏହି ସମୟରେ କିଛି ଲୁଟେରା ଝରକା ତାଡ଼ି ଘରେ ସୁନାଗହଣା ଲୁଟି ନେଇଥିଲେ। ଆଜି ସକାଳେ ଆମ ଘରର ଜିନଷ ପତ୍ର ଏଣେତେଣେ ପଡ଼ିଥିବାବେଳେ ଆଲମାରି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲୁ। ଏଥିସହ ଆଲମାରିରେ ଗହଣା ନଥିବା ଦେଖିଥିଲୁ। ପରେ ଏନେଇ ଆମେ ଥାନାରେ ଅଭିଯୋଗ କରିଥିଲୁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!