୧୧ରେ ଶପଥ ନେବେ ନୂଆ ସିଜେଆଇ ସଞ୍ଜୀବ ଖାନା

ନୂଆଦିଲ୍ଲୀ,୧୦।୧୧:  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଶନିବାର ନଭେମ୍ବର ୧୦ରେ ଅବସର  । ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ।  ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ନଭେମ୍ବର ୧୧ରେ ଶପଥ ଗ୍ରହଣ କରିବେ ସଞ୍ଜୀବ ଖାନା। ସୋମବାର ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ରବିବାର ଶେଷ ହୋଇଛି। ସେ ଅବସର ଗ୍ରହଣ କରିଛନ୍ତି। ନୂତନ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୫ ମେ ୧୩ ପର୍ଯ୍ୟନ୍ତ ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!