ଭୁବନେଶ୍ୱର,୧୦।୧୧: ଓଡ଼ିଶା ପୋଲିସ ସେବାରେ ୮୯ ଜଣ ଡିଏସପି ପାହ୍ୟା କର୍ମଚାରୀଙ୍କୁ ପଦୋନ୍ନତି କରାଯାଇଛି । ଡିଏସପି ପଦରୁ ଏଏସପିକୁ ସେମାନଙ୍କୁ ପଦୋନ୍ନତି ମିଳିଛି । ଏଣିକି ଡିଏସପି ପରିବର୍ତ୍ତେ ଏଏସପି ଭାବରେ ଦାୟିତ୍ୱ ତୁଲାଇବେ ୮୯ ଜଣ କର୍ମଚାରୀ । ଏହାବ୍ୟତୀତ ୧୧ ଜଣ ଏଏସପିଙ୍କୁ ମଧ୍ୟ ବଦଳି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମୋଟ ୧୦୦ ଜଣ ଏଏସପିଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |