ଗ୍ରାଜୁଏସନ୍ 4 ବର୍ଷ

ଭୁବନେଶ୍ୱର,୧୧ା୧୧: ଗ୍ରାଜୁଏସନ୍ 4 ବର୍ଷ   । ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷାନୀତି 2020 । ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟରେ ଲାଗୁ ହେବାକୁ ଅନୁମୋଦିତ ହୋଇଛି । ତେବେ ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଦୀର୍ଘ ଚାରି ବର୍ଷ ପରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତି ଲାଗୁ ହେବାକୁ ଯାଉଛି । ଶିକ୍ଷାନୀତି ଲାଗୁ ହେବା ପରେ ସ୍ନାତକ 3 ବର୍ଷ ବଦଳରେ 4 ବର୍ଷ ହେବ । ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ବିଷୟ ଚୟନ କରିପାରିବେ । ଇଣ୍ଟର୍ଣ୍ଣସିପ୍ ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ । ପ୍ରତ୍ୟେକ ବର୍ଷରେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦିଆଯିବ ।  ଏକାଧିକ ଥର ଶିକ୍ଷାନୁଷ୍ଠାନରେ ପ୍ରବେଶ ପ୍ରସ୍ଥାନ କରିପାରିବେ । ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ଏହା ସହାୟକ ହେବ । କିନ୍ତୁ ବାସ୍ତବିକ କ୍ଷେତ୍ରରେ ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!