ନୂଆଦିଲ୍ଲୀ,୧୧।୧୧:ପୂର୍ବ କ୍ୟୁବାରେ ରବିବାର ଦିନ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଏହା ଦ୍ୱାରା ଦ୍ୱୀପର ଦ୍ୱିତୀୟ ବୃହତ୍ତମ ସହର ସାଣ୍ଟିଆଗୋ ଡି କ୍ୟୁବା ଏବଂ ଏହାର ଆଖପାଖ ଅଞ୍ଚଳରେ ଅଟ୍ଟାଳିକାକୁ ଦୋହଲିଗଲା । ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଛି । ଯାହାର ତୀବ୍ରତା ୬.୮ ଥିଲା ଏବଂ ଏହାର କେନ୍ଦ୍ର ଭୂମି ୧୪ କିଲୋମିଟର ପର୍ଯ୍ୟନ୍ତ ଥିଲା।ଏହି ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ସାଣ୍ଟିଆଗୋ ଡି କ୍ୟୁବା ଓ ଏହାର ଆଖପାଖ ଗ୍ରାମାଞ୍ଚଳର କୋଠା ଗୁଡ଼ିକ ଥରିବାକୁ ଲାଗିଥିଲା। ଅନେକ ଘର ଓ ବିଦ୍ୟୁତ ତାର କ୍ଷତିଗ୍ରସ୍ତ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |