ନବରଙ୍ଗପୁର ପୌରାଞ୍ଚଳ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୧୧।୧୧: ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ଠାରେ ପ୍ରଜ୍ଞାନ ମିଶନ (ଗୀତା ସୁଗୀତା କର୍ତ୍ତବ୍ୟା) ଆନୁକୁଲ୍ୟରେ ନବରଙ୍ଗପୁର ପୌରାଞ୍ଚଳ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇ ଅଛି। ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ପରେ ପ୍ରଜ୍ଞାନ ମିଶନର ସ୍ଥାନୀୟ ଉଦ୍ୟୋକ୍ତା କୁଞ୍ଜ ବିହାରି ଦାସ, ବିଭୁ ବ୍ରହ୍ମା, ମଧୁସୂଦନ ସାହୁ, ସୁଶ୍ରୀ ଝରଣା ପଟ୍ଟନାୟକ, ବିନୟ କୁମାର କର, ରବି ଶଙ୍କର ସାହୁ ତଥା ନବରଙ୍ଗପୁର ଜିଲ୍ଲାର ଅଭିଜ୍ଞ ସଂସ୍କୃତ ପଣ୍ଡିତ ମାନେ ଯୋଗଦେଇଥିଲେ।ଉକ୍ତ ପ୍ରତଯୋଗିତାରେ ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟ ତଥା ମହା ବିଦ୍ୟାଳୟରୁ ୧୩୦ ଜଣ ପ୍ରତିଯୋଗୀ ଗୀତା ଆବୃତ୍ତି କରି ଥିଲେ। ଆଗାମୀ ଦିନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିମାନେ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଭାଗ ନେବେ। ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପୁରସ୍କାର ପ୍ରଦାନ କରିଛନ୍ତି। “ପରିବର୍ତ୍ତନ ଶୀଳ ଜଗତରେ ଶ୍ରୀମଦ୍ ଭଗବଦ୍ ଗୀତା ହିଁ ବିପଥଗାମୀ ସମାଜକୁ ସତ୍ ପଥ ଦେଖାଇବ ଏଵଂ ଏହାର ପ୍ରଚାର ପ୍ରସାର କେବଳ ଶିଶୁମାନଙ୍କ ଦ୍ଵାରା ଉତ୍ତମ ଭାବରେ ହୋଇ ପାରିବ” ବୋଲି ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ମତ ବ୍ୟକ୍ତ କରିଛନ୍ତି। ସ୍ଥାନୀୟ ସରସ୍ଵତୀ ଜ୍ଞାନ ମନ୍ଦିରର ଗୁରୁଜୀ ଗୁରୁମା ତଥା ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷିକାମାନଙ୍କର ସକ୍ରିୟ ସହଯୋଗରେ କାର୍ଯକ୍ରମଟି ସଫଳ ଭାବେ ସମ୍ପନ୍ନ ହୋଇ ଯାଇ ଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!