ଶ୍ରୀମନ୍ଦିରରେ ଅପରାହ୍ନ ସାଢ଼େ ୩ ଟାରେ ହେଲା ଧ୍ବଜା ବନ୍ଧା

ପୁରୀ,୧୧।୧୧:ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଚୁନରା ସେବକମାନେ ବାନା ଧରି ଶ୍ରୀମନ୍ଦିର ଉପରକୁ ଯାଇଥିଲେ। ପରେ ବାନା ବାନ୍ଧିଥିଲେ। ନୀଳଚକ୍ରରେ ବାନା ବନ୍ଧା ଯାଉଥିବା ବେଳେ ଶ୍ରୀମନ୍ଦିର ବେଢ଼ା ଓ ବାହାରେ ପ୍ରବଳ ଜନ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା।ସଅଳ ବନ୍ଧା ହେଲା ନୀଳଚକ୍ର ବାନା । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବନ୍ଧା ହେଉଥିବା ବେଳେ ଆଜି ଅପରାହ୍ନରେ ବନ୍ଧା ଯାଇଛି । ପବିତ୍ର କାର୍ତ୍ତିକ ମାସ ଯୋଗୁଁ ପୁରୀରେ ଅସଂଖ୍ୟ ଭକ୍ତଙ୍କ ଭିଡ ଜମୁଛି । ଏହାକୁ ଦୃଷ୍ଟିରେ ରଖି ଧ୍ବଜା ବନ୍ଧା ନୀତିରେ ପରିବର୍ତ୍ତନ କରାଯାଇଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଚୁନରା ସେବକମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର କହିବା ଅନୁସାରେ, ସନ୍ଧ୍ୟା ସମୟରେ ଧ୍ବଜା ବନ୍ଧା ହେଉଥିବା ବେଳେ ଅସଂଖ୍ୟ ଭକ୍ତଙ୍କ ଭିଡ ଜମୁଛି । ମନ୍ଦିର ଭିତରେ ଏବଂ ସିଂହଦ୍ବାର ସମ୍ମୁଖରେ ଗହଳି ଜମୁଛି । ଏହାକୁ ଏଡାଇବା ପାଇଁ ଅପରାହ୍ନରେ ଧ୍ବଜା ବାନ୍ଧିବା ପାଇଁ ନିଷ୍ପତ୍ତି ହୋଇଥିଲା । ଧାର୍ଯ୍ୟ ସମୟ ଅନୁସାରେ ହିଁ ମହାପ୍ରଭୁଙ୍କ ଧ୍ବଜା ବନ୍ଧାଯାଇଛି । ସପ୍ତାହେ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ତେବେ ବାନା ବନ୍ଧା ହେବା ସମୟରେ ହରିବୋଲ, ଜୟ ଜଗନ୍ନାଥ ଏବଂ ହୁଳହୁଳିରେ ପ୍ରକମ୍ପିତ ହେଲା ଗଗନ ପବନ । ଏହି ଦୃଶ୍ୟକୁ ଦେଖି ଭକ୍ତମାନେ ଭାବବିହୋଳ ହୋଇଛନ୍ତି । ପଞ୍ଚୁକରେ ଧ୍ବଜା ବନ୍ଧା ଦେଖିବା ପାଇଁ ଅପରାହ୍ନରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!