ଭୁବନେଶ୍ୱର,୧୧।୧୧: ନଭେମ୍ବର ୧୪ ଓ ୧୫ ତାରିଖରେ ଦୁଇପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ନଭେମ୍ବର ୧୪ରେ ସାରା ଦେଶରେ ଶିଶୁ ଦିବସ ପାଳନ କରାଯାଇଥାଏ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ସେହି ଦିନ ସ୍କୁଲମାନଙ୍କରେ ଶିଶୁ ଦିବସ ପାଳନ ହୋଇଥାଏ । ଏହି ଅବସରରେ ସ୍କୁଲମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇଥାନ୍ତି । ସେହିପରି ନଭେମ୍ବର ୧୫ରେ ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁ ନାନକ ଜୟନ୍ତୀ । ସରକାରୀ ସ୍କୁଲରେ ଏଥିପାଇଁ ଛୁଟି ନଥିବା ବେଳେ ଅନେକ ସ୍ଥାନରେ ଘରୋଇ ସ୍କୁଲଗୁଡ଼ିକ ବନ୍ଦ ରହିଥାଏ । ସ୍କୁଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ କିଛି ସ୍କୁଲ ଏହି ଦିନ ବନ୍ଦ ରହିପାରେ । ଓଡ଼ିଶାରେ ଏହିଦିନ କାର୍ତ୍ତି ପୂର୍ଣ୍ଣମୀ ପାଳନ କରାଯାଉ ଥିବାରୁ ପୂର୍ବ ଐତିହ୍ୟକୁ ମନେରଖିବା ପାଇଁ ଏହି ପର୍ବରେ ସ୍କୁଲ ବନ୍ଦ ରହିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |