ନୂଆଦିଲ୍ଲୀ,୧୧।୧୧: ରାମମନ୍ଦିରକୁ ଆତଙ୍କୀ ଧମକ! ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଅଯୋଧ୍ୟା ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଧମକ ଦେଇଛି । ନିଷିଦ୍ଧ ହୋଇଥିବା ଶିଖ୍ ଫର ଜଷ୍ଟିସ୍ (SFJ) ଦ୍ୱାରା ରିଲିଜ୍ ହୋଇଥିବା ଏକ ଭିଡିଓରେ ପନ୍ନୁ କହିଛି ଯେ, ନଭେମ୍ବର ୧୬ ଏବଂ ୧୭ ରେ ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇପାରେ । କାନାଡାର ବ୍ରମ୍ପଟନ୍ରେ ରେକର୍ଡ ହୋଇଥିବା ଏହି ଭିଡିଓ ଦ୍ୱାରା ଖଲିସ୍ତାନୀ ଆତଙ୍କବାଦୀ ହିନ୍ଦୁ ପୂଜାପାଠ ସ୍ଥାନମାନଙ୍କରେ ଆତଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏକ ଭିଡିଓରେ ପନ୍ନୁନ୍ ନଭେମ୍ବର ୧୬ ଏବଂ ୧୭ ରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛନ୍ତି। ହିନ୍ଦୁ ମନ୍ଦିରଗୁଡିକୁ କ୍ଷତିଗ୍ରସ୍ଥ କରିବାକୁ ଏହି ଧମକ ଦିଆଯାଇଛି।ଏହି ଭିଡିଓରେ ପନ୍ନୁ କହିଛି, ”ଆମେ ଅଯୋଧ୍ୟାର ମୂଳଦୁଆ ଦୋହଲେଇଦେବୁ, ଯାହା ଉଗ୍ର ହିନ୍ଦୁବାଦୀ ବିଚାରଧାରାର ଉତ୍ପତ୍ତିସ୍ଥଳ। ଚଳିତବର୍ଷ ଜାନୁଆରୀ ମାସରେ ହୋଇଥିବା ଉଦଘାଟନ ସମୟର ମୋଦିଙ୍କ ଫଟୋ ଏହି ଭିଡିଓରେ ଦେଖିବାକୁ ମିଳିଛି। ଅର୍ଥାତ ଖଲୀସ୍ତାନୀ ପକ୍ଷରୁ ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥଳକୁ ଖୋଲାଖୋଲି ଧମକ ମିଳିଛି। ଏଥିସହିତ କାନାଡ଼ାରେ ଥିବା ହିନ୍ଦୁ ଲୋକମାନେ ଖଲୀସ୍ତାନି ଆକ୍ରମଣଠାରୁ ଦୁରେଇ ରହିବାକୁ କୁହାଯାଇଛି।”
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |