ଭୁବନେଶ୍ୱର,୧୨ା୧୧: ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା। ଏନେଇ ସଙ୍କେତ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରିହାବିଲିଟେନ୍ ଯୋଜନାରେ ସଂଶୋଧନ ହୋଇପାରେ ବୋଲି ଆଇନ ମନ୍ତ୍ରୀ ସଙ୍କେତ ଦେଇଛନ୍ତି । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇପାରେ ।ତେବେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇନ ମନ୍ତ୍ରୀ କହିଛନ୍ତି, 1990 ମସିହାରୁ ଥଇଥାନ ନିୟମ କାର୍ଯ୍ୟକାରୀ ହୋଇଥିଲା । ପରିବାରରେ ଯଦି ଚାକିରିଆର ମୃତ୍ୟୁ ହୁଏ ତାହେଲେ ପରିବାରର ଜଣଙ୍କୁ ଚାକିରି ଦିଆଯାଉଥିଲା । କିନ୍ତୁ 2020 ମସିହାରେ ଏହି ନିୟମରେ ପରିବର୍ତ୍ତନ କରାଯାଇଥିଲା । ଫଳରେ କେହି ମଧ୍ୟ ମାନଦଣ୍ଡ ପାର୍ ନକରିପାରି ଚାକିରି ପାଇପାରିଲେ ନାହିଁ । ତେବେ କିଛିଦିନ ପୂର୍ବରୁ କ୍ୟାବିନେଟରେ ଏନେଇ ବିତର୍କ ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କ ସହିତ ଅନ୍ୟମାନେ ଏହି ପ୍ରସ୍ତାବ ଉପସ୍ଥାପନା କରିଥିଲେ । ତେବେ ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ ଯଦି ଚାକିରି ନହୋଇପାରିବ ତାହେଲେ 30ରୁ 40 ଟଙ୍କା ଦେଇ ଥଇଥାନ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସରକାର ଏଭଳି ବିଚାର କରୁଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |