ବଡ଼ ଓଷା ପାଇଁ ଆଜିଠୁ ପୀଠରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼

କଟକ,୧୩।୧୧:     ଆଜିଠୁ ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ । ରାତି ପାହିଲେ ବଡ଼ ଓଷା ।ବଡ଼ ଓଷାର ଦିନକ ପୂର୍ବରୁ ବାବାଙ୍କ ପୀଠରେ ଅସମ୍ଭାଳ ଭିଡ଼ । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନର ବ୍ୟାପକ ପ୍ରସ୍ତୁତି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ବଡ଼ ଓଷା ପାଳିତ ହୋଇଥାଏ । ଓଡ଼ିଆ ପଞ୍ଜିକା ଅନୁସାରେ ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ ଏକାଦଶୀ ପରେ ପାଳିତ ହୋଇଥାଏ ।କିମ୍ୱଦନ୍ତୀ କୁହେ ଏହି ଏକାଦଶୀରେ ନିଦ୍ରା ଯାଇଥିବା ଦେବତାମାନେ ନିଦ୍ରାତ୍ୟାଗ କରିଥାନ୍ତି । ଏପରିକି ପଦ୍ମପୁରାଣରେ ଉଲ୍ଲେଖ ଅଛି ବ୍ରହ୍ମାଙ୍କ ଶାପରୁ ମୁକ୍ତ ହେବା ପାଇଁ ସ୍ୱୟଂ ଇନ୍ଦ୍ର ଦେବ ପ୍ରଭୁ ଧବଳେଶ୍ୱର ମହାଦେବଙ୍କ ନିକଟରେ ବଡ଼ ଓଷା ବ୍ରତ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକାଇଥିଲେ । ଫଳରେ ତାଙ୍କର ବ୍ରହ୍ମ ଅଭିଶାପ କ୍ଷୟ ହୋଇଥିଲା ।ଏହି ପୌରାଣିକ ମତ ଆଧାରରେ ବି ଅନେକ ଲୋକ ନିଜର  ମନସ୍କାମନା ପୂରଣ ପାଇଁ ବଡ଼ଓଷା କରିଥାନ୍ତି ଶ୍ରଦ୍ଧାଳୁ । ବିଶେଷ କରି ଶ୍ରଦ୍ଧାଳୁ ଅରୁଆ ଚାଉଳ ଚୂନାରେ ଏକ ପ୍ରକାର ସ୍ବତନ୍ତ୍ର ପିଠା ଧବଳେଶ୍ୱରଙ୍କ ପାଖରେ ଲାଗି କରିଥାନ୍ତି । ଏହି ପିଠାକୁ ଗଜମଣ୍ଡା କୁହାଯାଏ । ଏହି ପିଠାରେ ଖଳି, ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ବ୍ୟବହୃତ ହୋଇଥାଏ । ବିଶ୍ୱାସ ରହିଛି ଗଜମଣ୍ଡା ଭୋଗ ସେବନ ପରେ ଶ୍ରଦ୍ଧାଳୁ ବ୍ରତ ଭଙ୍ଗ କରିଥାନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!