ଭୁବନେଶ୍ୱର,୧୩।୧୧: ରାଜ୍ୟ ସରକାର ପୁଲିସ କର୍ମଚାରୀମାନଙ୍କ ପାଇଁ ଏକ ଭଲ ଖବର ଆଣିଛନ୍ତି। ପୁଲିସ ବିଭାଗରେ ପଦୋନ୍ନତି ନେଇ ଏସ୍ଆଇମାନଙ୍କ ପାଇଁ ଏହି ଖବର ଆଣିଛନ୍ତି। ଏହା ଦ୍ବାରା ପୁଲିସ ଏସ୍ଆଇ ଭାବେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଦୋନ୍ନତି ପାଇଁ ଆଉ ୧୦ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ୭ ବର୍ଷ ପରେ ଜଣେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର।୭ ବର୍ଷ ପରେ ଜଣେ ସବ୍-ଇନ୍ସପେକ୍ଟର (ଏସ୍ଆଇ) ହୋଇପାରିବେ ଇନ୍ସପେକ୍ଟର। ଚଳିତ ବର୍ଷ ପାଇଁ ଏସ୍ଆଇମାନଙ୍କ ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।ଏସ୍ଆଇମାନଙ୍କ ପଦୋନ୍ନତି ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭଲ ଭାବେ ସମୀକ୍ଷା କରିବା ପରେ ରାଜ୍ୟ ସରକାର ଓଡ଼ିଶା ପୁଲିସ ମାନୁଆଲ ରୁଲ୍ରେ ଥିବା ନିୟମ ଅନୁଯାୟୀ ଚଳିତ ବର୍ଷ ପାଇଁ ଏସ୍ଆଇରୁ ଇନ୍ସପେକ୍ଟର ରାଙ୍କକୁ ପଦୋନ୍ନତି ପାଇଁ ମାନଦଣ୍ଡକୁ କୋହଳ କରିଛନ୍ତି। ଚାକିରି କରିବାର ୧୦ ବର୍ଷ ପରେ ଏସ୍ଆଇମାନେ ଇନ୍ସପେକ୍ଟର ହେଉଥିବା ବେଳେ ଚଳିତ ବର୍ଷ ଏହାକୁ ୭ ବର୍ଷକୁ ଖସାଇ ଦିଆଯାଇଛି। ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ଯେଉଁମାନେ ଲଗାତାର ୭ ବର୍ଷ ଏସ୍ଆଇ ଭାବେ କାର୍ଯ୍ୟ କରିସାରିଥିବେ ସେମାନଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦେବା ପାଇଁ ବିଚାର କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |