ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୩।୧୧:-ବାରମ୍ବାର ବାଲି ଚୋରାଚାଲାଣ ଉପରେ ବିଭିନ୍ନ ଖବରକାଗଜରେ ଖବର ପସାରଣ ପରେ ମଧ୍ୟ କଡିଙ୍ଗା ତହସିଲ ପକ୍ଷରୁ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।କୋଷଗୁମୁଡା ଅଂଚଳରେ ବେଆଇନ ଭାବେ ବାଲି ମାଫିଆ ମାନେ ଜେସିବି ମେସିନ ଲଗାଇ ଦିନ ରାତି ଟିପର ମାନଙ୍କରେ ବାହାର ରାଜ୍ୟକୁ ବାଲି ଚୋରାଚାଲାଣ କରୁଛନ୍ତି।କୋଷଗୁମଡା ବ୍ଲକର ବେଲପୁଟି ବାଲିଘାଟ, ବାଲେଗାଁ ନଦୀ ଘାଟ, ସେମଳା ନଦୀ ଘାଟ,ଏକରୀ ନଦୀଘାଟ ଓ କୋଟା ଗାଁ ଘାଟ ରୁ ଦିନ ରାତି ମେସିନ ଲଗାଇ ବାଲି ଚୋରାଚାଲାଣ ହେଉଛି ସ୍ଥାନୀୟ ତହସିଲ ପ୍ରଶାସନ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଲିଚି ବେଳପୁଟି ବାଲିଘାଟରେ ବିନା ଟେଣ୍ଡରରେ ପ୍ରତିଦିନ ଜେସିବି ଓ ଟିପର ମାଧ୍ୟମରେ ବେଆଇନ ଭାବେ ବାଲି ଉଠାଯାଉଛି। ବାର୍ଷିକ ହାରାହାରି କୋଟିକୋଟି ଟଙ୍କାର ରାଜସ୍ୱ ହାନି ହେଉଛି । ବେଆଇନ ବାଲି ଚାଲାଣ ବଢୁଥିବା ଦେଖି ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । ଏବିଷୟରେ କୋଡିଗାଁ ତହସିଲଦାଙ୍କୂ ଯୋଗାଯୋଗ କରିବାରୁ ଚେଷ୍ଟା କରାଯାଇଥିଲା କିନ୍ତୁ ଯୋଗାଯୋଗ ହୋଇ ପାରିନାହିଁ।କୋଡିଗାଁ ଓ କୋଷାଗୁମୁଡା ଅଂଚଳରେ ହେଉଥିବା ବାଲି ଚୋରାଚାଲାଣ ରଖିବା ପାଇଁ ମାଇନ୍ସ ବିଭାଗୀୟ ଅଧିକାରୀ, ଓ ଜିଲ୍ଲା ପ୍ରଶାସନ ଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ ରହିଛି। ଯଥା ଶୀଘ୍ର ବାଲି ଚୋରାଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଜନ ସାଧାରଣରେ ଦାବୀ ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |