ଭୁବନେଶ୍ୱର,୧୩।୧୧:ଆଜି ପର୍ଯ୍ୟନ୍ତ ପ୍ରାୟ ୩ଟି ପର୍ଯ୍ୟାୟରେ ‘ସୁଭଦ୍ରା’ ଯୋଜନାର ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲାଣି। ତଥାପି ଅନେକ ମହିଳା ଆବେଦନ କରିଥିଲେ ସୁଦ୍ଧା ‘ସୁଭଦ୍ରା’ ଟଙ୍କା ପାଇନାହାନ୍ତି। ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏପରି ସ୍ଥିତିରେ ‘ସୁଭଦ୍ରା’ ପାଇନଥିବା ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପ୍ରଭାତୀ ପରିଡା ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇ କହିଛନ୍ତି, ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ ଥିବା ଆବଶ୍ୟକ। ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ ହୋଇନି। ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟ ନାହିଁ। ଯାହାର ଦୁଇ ତିନିଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି। ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ। ୨୪ ତାରିଖରେ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିବ। କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁ ଗାଁକୁ ଟିମ ଯିବ। ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |