ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୧୪।୧୧ :-ତେନ୍ତୁଳି ଖୁଣ୍ଟି ବ୍ଳକ୍ ଅନ୍ତର୍ଗତ କାମତା ପଞ୍ଚାୟତର ବଡ ତାରାଗୁଡା ଗ୍ରାମର ଗଣେଶ ମଣ୍ଡପ ଠାରେ ଗ୍ରାମର ଶ୍ରଦ୍ଧାଳୁ ନରହରି ଗୈାଡ ଓ ଡମ୍ବରୁ ଗୈାଡଙ୍କ ପ୍ରତିନିଧିତ୍ବ ଏବଂ ନୀଳକଣ୍ଠ ବିଷୋୟୀଙ୍କ ମାର୍ଗ ଦର୍ଶନ ତଥା ପରିଚାଳନାରେ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ଗ୍ରାମୋତ୍ସବ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇ ଯାଇ ଅଛି। ନଗର ସଂକୀର୍ତ୍ତନ ପରିକ୍ରମାରୁ କାର୍ଯ୍ୟ କ୍ରମ ଆରମ୍ଭ ହୋଇ ରଶ୍ମି ରଞ୍ଜନ ଭଗବାନଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ, ବିନାୟକ ବନ୍ଦନା, ଗୁରୁ ବନ୍ଦନା, ପ୍ରାଣାୟାମ,ପ୍ରାର୍ଥନା ପରେ ଆଧ୍ୟକ୍ଷ ଉଦ୍ ବୋଧନ, ମୁଖ୍ୟ ବକ୍ତାଙ୍କ ଅଭିଭାଷଣ, ବିକାଶ ରଞ୍ଜନ ପାଢ଼ୀଙ୍କ ଯନ୍ତ୍ର ସଙ୍ଗୀତ ଓ ଭଜନ ପରିବେଷଣ, ସମ୍ମାନିତ ବକ୍ତାଙ୍କ ବକ୍ତବ୍ୟ, ସାରସତ୍ତ୍ବ ବାଣୀ ପାଠ, କୀର୍ତ୍ତନ ଓ ଠାକୁରଙ୍କୁ ଆଳତୀ ସମର୍ପଣ, ପ୍ରସାଦ ବଣ୍ଟନ ଓ ଶେଷରେ ସାମୂହିକ ଆନନ୍ଦ ବଜାର ପ୍ରସାଦ ସେବନ ପରେ ଉତ୍ସବ ସମାପନ ହୋଇ ଅଛି। ଏହି ଅବସରରେ ମୁଖ୍ୟ ବକ୍ତା ହୃଷୀକେଶ ଦାଶ- ” ଭଗବାନଙ୍କ ଠିକଣା,ମହାପୁରୁଷ ଗଣଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ” ଆଦି ବିଷୟରେ ଆଲୋକପାତ କରିଥିବା ବେଳେ ସମ୍ମାନିତ ବକ୍ତା ଏ.ସୁରେଶ ଶାସ୍ତ୍ରୀ – “ଭଗବାନ ନିଃସ୍ୱାର୍ଥ,ନିଶ୍ଛଳ ଓ ନିର୍ମଳ ହୃଦୟବାନ୍ ଭକ୍ତଙ୍କ ଡାକ ଶୁଣନ୍ତି “ବୋଲି ବ୍ୟକ୍ତ କରିଛନ୍ତି। ଆଶ୍ରମ ଅଧ୍ୟକ୍ଷ ଶ୍ରୀ ରଶ୍ମି ପ୍ରସାଦ ଡ଼: ନୀଳ କଣ୍ଠ ପାଢ଼ୀ- ଉତ୍ସାହିତ ଗ୍ରାମ ବାସୀଙ୍କ ଉଦ୍ୟମକୁ ପ୍ରଶଂସା କରି “ପୂର୍ଣ୍ଣ କୁମ୍ଭ ଓ ଶୂନ୍ୟ କୁମ୍ଭର ରହସ୍ୟ ତଥା ବିଜ୍ଞାନ ସମ୍ମତ ପୂର୍ଣ୍ଣ କୁମ୍ଭ ପୂଜା ପଦ୍ଧତି ମାଧ୍ୟମରେ ପରିବାର ଓ ଗ୍ରାମର ବିକାଶ “ସମ୍ବନ୍ଧରେ ଉପସ୍ଥିତଙ୍କୁ ଉଦ୍ ବୁଦ୍ଧ କରିଛନ୍ତି।ଏହି କାର୍ଯ୍ୟ କ୍ରମ ପରିଚାଳନାରେ- ଇନ୍ଦୁମତୀ ପାଢ଼ୀ, ସରସ୍ବତୀ ବିଷୋୟୀ, ସଦାଶିବ ଗୈାଡ,ଯଦୁ ଗୈାଡ,ନରସିଂହ ବିଷୋୟୀ,କମଳୁ ବିଷୋୟୀ, ସହଦେବ ଗୈାଡ, ଈଶ୍ୱର ଗୈାଡ,ଶିବ ଗୈାଡ, ଜୟସିଂ ଗୈାଡ, ନିତ୍ୟାନନ୍ଦ ଗୈାଡ, ଡମ୍ବରୁ ଚଲାଣ,ରାମ ଗୈାଡ, ଗୋବର୍ଦ୍ଧନ ଗୈାଡ, ପଦ୍ମାଳୟା ବିଷୋୟୀ,ବାଲେଶ ଗୈାଡ, ପୁଷ୍ପା ଗୈାଡ,ପାରୋ ଗୈାଡ, କୁସୁମା ଗୈାଡ,ରମା ଓ ହେମ ଲତା ଗୈାଡ ପ୍ରମୁଖ ସହଯୋଗ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |