ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ

 ବରଗଡ଼ ,,୧୪।୧୧:ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ। ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥିନିମନ୍ତେ ଆସନ୍ତା ୧୫ ତାରିଖରୁ ଚାଷୀଙ୍କୁ ଟୋକନ୍ ଦିଆଯିବ ଏବଂ ନଭେମ୍ବର ୨୦ରୁ ଡିସେମ୍ବର ୭ ତାରିଖ ଯାଏ ଧାନ ସଂଗ୍ରହ ଚାଲିବ ।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP କୁଇଣ୍ଟାଲ ପିଛା ୨୩ଶହ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବର ୮ ତାରିଖରୁ ୨୩ଶହ ଟଙ୍କା ସହିତ ଅତିରିକ୍ତ ୮ଶହ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରଦାନ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଡିସେମ୍ବର ୮ରେ ବରଗଡ଼ ସୋହେଲାରେ ରାଜ୍ୟସ୍ତରୀୟ କୃଷକ ସମାବେଶ ହେବ । ଏହି ସମାବେଶରୁ କୁଇଣ୍ଟାଲ ପିଛା ଅତିରିକ୍ତ ୮ଶହ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!