ଆସନ୍ତା କାଲିଠାରୁ ବାଲିଯାତ୍ରା ଆରମ୍ଭ,ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ,୧୪ା୧୧ :ଆସନ୍ତା କାଲିଠାରୁ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଉପର ଓ ତଳ ଉଭୟ ପଡିଆରେ ଷ୍ଟଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ଦୁଇ ପଡିଆ ପାଇଁ ୪ଟି ଗେଟ ହେବ । ଚଳିତ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟନ କରିବେ । ଏହି ଉଦଘାଟନୀ ଉତ୍ସବରେ ବିଦେଶୀ ରାଷ୍ଟ୍ରଦୂତ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବାଲିଯାତ୍ରାରେ ୧୩ ଦେଶର ରାଷ୍ଟ୍ରଦୂତ ଯୋଗଦେବେ । ପ୍ରତିଦିନ ଗୋଟିଏ ଗୋଟିଏ ଦେଶର କଳାକାର ବାଲିଯାତ୍ରା ମଞ୍ଚରେ ସେମାନଙ୍କ କଳା, ସଂସ୍କୃତି ପ୍ରଦର୍ଶନ କରିବେ ।କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ ସୁନିୟନ୍ତ୍ରିତ ଗାଡ଼ି ଚଳାଚଳ, ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ପାଇଁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ବାଲିଯାତ୍ରା ଦିନଗୁଡ଼ିକରେ ଅପରାହ୍ନ ୨ଟାରୁ ଭିଡ଼ କମିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପୋଲିସ କମିଶନରଙ୍କ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।ଭୁବନେଶରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଏବଂ କାଠଯୋଡି ରିଂ ରୋଡ୍‌ ଦେଇ ଖାନ୍‌ନଗର ପଟୁ ଆସୁଥିବା ୩ ଓ ୪ ଚକିଆ ଗାଡ଼ି ବେଲଭ୍ୟୁ (ଜୁଡିସିଆଲ ଏକାଡେମୀ) ସତୀଚୌରା ଛକ, ସେଲ୍‌ଟର୍‌ ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡକୁ ଯାଇପାରିବ ନାହିଁ। ସେଗୁଡ଼ିକ ବେଲ୍‌ଭ୍ୟୁ ଛକରୁ ସିଡିଏ ସେକ୍ଟର-୧୧ ଛକ ଦେଇ ବିଜୁ ପଟ୍ଟନାୟକ ପାର୍କ, ଭୁଆସୁଣୀ ପଡ଼ିଆ କିମ୍ବା କୃଷକ ବଜାର ପଡ଼ିଆରେ ପାର୍କିଂ କରିବ। ସେଠାରୁ ଜନସାଧାରଣ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିପାରିବେ। ଆଠଗଡ଼, ବାଙ୍କୀ ପଟୁ ଆସୁଥୁବା ୩ ଓ ୪ ଚକିଆ ଗାଡ଼ି ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ ବିଜୁ ପଟ୍ଟନାୟକ ପାର୍କ କିମ୍ବା ଭୁଆସୁଣୀ ପଡ଼ିଆରେ ପାର୍କିଂ କରିବ। ସେଠାରୁ ଜନସାଧାରଣ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିପାରିବେ। ସତୀଚୌରା ଛକରୁ ୨ ଚକିଆ ଗାଡ଼ିଗୁଡ଼ିକ ସେଲ୍‌ଟର୍‌ ଓ କନିକା ଛକ ଦେଇ ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ୱର ଗଡ଼ାର ବାମପଟେ ଥିବା ପାର୍କିଂ ପଡ଼ିଆରେ ପାର୍କିଂ କରିବେ। ଚହଟା ଛକରୁ ୩ ଓ ୪ ଚକିଆ ଗାଡ଼ି ସିଧାସଳଖ ହରିଣ ପାର୍କ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବ ନାହିଁ। ସେଗୁଡିକ ଭୁଆସୁଣୀ ପଡ଼ିଆରେ ପାର୍କିଂ କରିବ। ପରେ ଲୋକମାନେ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିପାରିବେ। ଭୁଆସୁଣୀ ପଡ଼ିଆ ଓ ଚହଟା ଛକରୁ କେବଳ ୨ ଚକିଆ ଗାଡ଼ି କ୍ୟାଣ୍ଟନମେଣ୍ଟ ଥାନା ପାଖ ବାଲିଯାତ୍ରା ପଡ଼ିଆରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କାର୍ତ୍ତିକେଶ୍ବର ଗଡ଼ା ପାଖ ପାର୍କିଂରେ ରହିବ।ହରିଣ ପାର୍କ ଛକରୁ ୩ ଓ ୪ ଚକିଆ ଗାଡ଼ି ସିଧାସଳଖ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବ ନାହିଁ। ସେଗୁଡିକ ଏହି ଛକରୁ ଡାହାଣକୁ ଯାଇ ଖ୍ରୀଷ୍ଟିଆନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ।ସେହିପରି ମଧୁକୁଞ୍ଜ ପାର୍କ ପାଖରୁ କୌଣସି ଗାଡ଼ି ମଧୁସୂଦନ ପାଠାଗାର ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଆସିପାରିବ ନାହିଁ। ବିଜୁ ପଟ୍ଟନାୟକ ଛକଠାରୁ ୩ ଓ ୪ ଚକିଆ ଗାଡ଼ି ଦୟାଶ୍ରମ ରାସ୍ତାରେ ସିଧା ଚାଲିଯାତ୍ରା ପଡ଼ିଆ ଆଡକୁ ଯାଇ ପାରିବ ନାହିଁ। ସେଗୁଡ଼ିକ ଆନନ୍ଦ ଭବନ ଛକରେ ଥିବା ଖ୍ରୀଷ୍ଟିଆନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ। କେବଳ ୨ ଚକିଆ ଗାଡ଼ି ବିଜୁ ପଟ୍ଟନାୟକ ଛକଠାରୁ ଦୟାଶ୍ରମ ରାସ୍ତାରେ ଯାଇ ବାମପଟେ ଥିବା ପଡ଼ିଆରେ ପାର୍କିଂ କରିବ। କନିକା ଛକଠାରୁ ୩ ଓ ୪ ଚକିଆ ଗାଡ଼ି ସିଧାସଳଖ ଚଣ୍ଡୀ ଛକ ଦେଇ ବାଲିଯାତ୍ରା ଆଡ଼କୁ ଯାଇପାରିବ ନାହିଁ I ସେଗୁଡ଼ିକ ବିଜୁ ପଟ୍ଟନାୟକ ଛକ ଦେଇ ଆନନ୍ଦ ଭବନ ପାଖରେ ଥିବା ଖ୍ରୀଷ୍ଟିୟାନ ଓଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ। ସେହିପରି ସମାଜ ଅଫିସ ଛକ ଠାରୁ କୌଣସି ତିନିଚକିଆ ଓ ଚାରି ଚକିଆ ଗାଡ଼ି ନାରୀ ସେବାସଦନ ଛକ ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡକୁ ଯାଇପାରିବ ନାହିଁ। ସେଗୁଡ଼ିକ ମିଶନ ରୋଡ଼ରେ ଯାଇ ଚଣ୍ଡୀ ଛକ, କନିକା ଛକ ଓ ବିଜୁ ପଟ୍ଟନାୟକ ସ୍ଥାନ ଦେଇ ଆନନ୍ଦ ଭବନ ପାଖରେ ଥିବା ଖ୍ରୀଷ୍ଟଆନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ। ଏହାବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳ ପାଇଁ ମଧ୍ୟ ଟ୍ରାଫିକ୍‌ କଟକଣା ରହିଥିବା କମିଶନ୍‌ରେଟ୍‌ ପୋଲିସର ସୂଚନା ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!