ଭୁବନେଶ୍ୱର,୧୪।୧୧:ଆସିଲା ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ ।ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ମାଟ୍ରିକ ପରୀକ୍ଷା ପାଇଁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ)। ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ଓ ଶେଷଦିନ ତୃତୀୟ ଭାଷା ପରୀକ୍ଷା ଥିବା ବେଳେ, କେବଳ ଗଣିତକୁ ଛାଡ଼ି ବାକି ସବୁ ଏକ୍ଜାମ୍ ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏଁ ଚାଲିବ । ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ୧୫ ମିନିଟ୍ ସମୟ । ବୋର୍ଡ ପକ୍ଷରୁ ପ୍ରୋଗ୍ରାମ୍ ଘୋଷଣା ପରେ ଉତ୍ସାହିତ ଅଛନ୍ତି ମାଟ୍ରିକ୍ ଛାତ୍ରଛାତ୍ରୀ ।୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ। ୨୭ରେ ଗଣିତ ଓ ମାର୍ଚ୍ଚ ୧ରେ ବିଜ୍ଞାନ ପରୀକ୍ଷା ହେବ। ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ। ସେହିଦିନ ପରୀକ୍ଷା ସରିବ ୧୧ଟା ୪୫ରେ। ମାଟ୍ରିକ୍ ପରୀକ୍ଷା ପାଇଁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ଫର୍ମ ଫିଲପ୍। ନଭେମ୍ବର ୧୮ରେ ଫର୍ମ ପୂରଣ ସରିବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ସ୍ପଷ୍ଟ ହେବ। TLV ଓ ଭୋକେସନାଲ୍ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବଜେକ୍ଟିଭ୍ ଓ ୫୦ ମାର୍କର ଅବଜେକ୍ଟିଭ୍ ପ୍ରଶ୍ନ ଆସିବ।ଅବଜେକ୍ଟିଭ MCQର ଉତ୍ତର OMR ସିଟ୍ରେ ଏବଂ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ପ୍ରଶ୍ନ ସଂଲଗ୍ନ ଉତ୍ତର ଖାତାରେ ଦେବାକୁ ହେବ। ଗତବର୍ଷ ଫର୍ମାଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |