ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ରାଜ୍ୟଗୋଷ୍ଠୀର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ଏ ସମ୍ପର୍କରେ ଡୋମିନିକା ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଗୁୟାନାରେ ହେବାକୁ ଥିବା ଇଣ୍ଡିଆ-କାରିକମ୍‌ ସମ୍ମିଳନୀରେ ରାଷ୍ଟ୍ରପତି ସିଲଭାଇନ ବର୍ଟନ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ।ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଏହି କାରବୀୟ ଆଇଲ୍ୟାଣ୍ଡ ପକ୍ଷରୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଦି ଡୋମିନିକା ଆୱର୍ଡ ଅଫ୍ ଅନର୍’ ଘୋଷଣା କରାଯାଇଛି। କୋଭିଡ୍-୧୯ ସମୟରେ ଭାରତରୁ ୭୦ ହଜାର କୋଭିଡ୍ ଟିକା ଡୋମିନିକା ପଠାଯାଇଥିଲା। ଏହି ଅବଦାନକୁ ସମ୍ମାନ ଜଣାଇ ଡୋମିନିକା ଏହାର ସର୍ବୋଚ୍ଚ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ଘୋଷଣା କରିଛି।ଚଳିତ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁୟାନାର ଜର୍ଜଟାଉନରେ ଅନୁଷ୍ଠିତ ହେବ ଭାରତ-କ୍ୟାରିକମ୍ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ଡୋମିନିକା ରାଷ୍ଟ୍ରପତି ସିଲଭାନୀ ବର୍ଟୋନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ପ୍ରକାଶ ଥାଉ, ୨୦୨୧ ଫେବୃଆରୀ ମାସ କୋଭିଡ୍ ମହାମାରୀ ସମୟରେ ଭାରତ ୭୦ ହଜାର ‘ଆଷ୍ଟ୍ରଜେନେକା’ କୋଭିଡ ଟିକା ଡୋମିନିକା ପଠାଇଥିଲା। ଏହି ଟିକାରେ ଡୋମିନିକା ନିଜ ଦେଶର ନାଗରିକଙ୍କ ଜାବନ ବଞ୍ଚାଇବା ସହ ଏହାର ପଡ଼ୋଶୀ ଦେଶକୁ ମଧ୍ୟ ସାହାଯ୍ୟ କରିପାରିଥିଲା।ଏନେଇ ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ କହିଛନ୍ତି ଯେ, ଏହି ପୁରସ୍କାର ହେଉଛି ଡୋମିନିକାକୁ ଭାରତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ସ୍ଵରୂପ। ଡୋମିନିକା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ ଡୋମିନିକାର ସ୍ଵାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସହଯୋଗ ପ୍ରତି ମଧ୍ୟ ଏହା ସମ୍ମାନ। ପ୍ରଧାନମନ୍ତ୍ରୀ ମୋଦି ଡୋମିନିକାର ବିପଦ ବେଳର ବନ୍ଧୁ ଅଟନ୍ତି। ବିଶେଷ କରି ବିଶ୍ଵ ସ୍ଵାସ୍ଥ୍ୟ ସଂକଟ ସମୟରେ ଆମକୁ ଭାରତର ସହଯୋଗ ପାଇଁ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଉଛୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!