ନୂଆଦିଲ୍ଲୀ ,,୧୫ା୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ଜାତୀୟ ରାଜଧାନୀର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଛି ଧୂଆଁ ସାଙ୍ଗକୁ କୁହୁଡ଼ି। ଗୁରୁବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏକ୍ୟୁଆଇ (ବାୟୁ ମାନକ ସ୍ଥିତି) ୪୦୦-୪୫୦ ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଗ୍ରାପ୍-୩ ଫର୍ମୁଲା ଲାଗୁ କରାଯାଇଛି। ସହରରେ ଅନାବଶ୍ୟକ ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦିଆଯାଇଛି। ଗ୍ରାପ୍-୩ ଫର୍ମୁଲା ଅନୁଯାୟୀ ଶୁକ୍ରବାରଠାରୁ ସହରରେ ପୁରୁଣା କାଳିଆ ପେଟ୍ରୋଲ (ବିଏସ୍-୩) ଓ ଡିଜେଲ (ବିଏସ୍-୪) ଯାନର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଦିଲ୍ଲୀ ବ୍ୟତୀତ ଗୁରୁୁଗ୍ରାମ, ଗାଜିଆବାଦ, ଫରିଦାବାଦ ଏବଂ ଗୌତମ ବୁଦ୍ଧ ନଗର ପାଇଁ ମଧ୍ୟ ଏହି ନିର୍ଦେଶନାମା କାର୍ଯ୍ୟ କରିବ ବୋଲି କୁହାଯାଇଛି। ଜରୁରୀ ପରିସ୍ଥିତିରେ ଡିଜେଲ ଚାଳିତ ଜେନେରେଟର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ପ୍ରତ୍ୟହ ସଡକରୁ ଧୂଳି ଅପସାରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଥିବାବେଳେ ନିୟମିତ ଜଳ ସିଞ୍ଚନ କରାଯାଉଛି। ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଆତିଶି ନିର୍ଦେଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅଲନାଇଲନରେ କ୍ଲାସ୍ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର।ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ ଚାଲିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |