ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୫ା୧୧ :-ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ପୋଡି ଯାଇଛି। ଅଞ୍ଚଳା ଗ୍ରାମର ଭଗତ କଲାର, ଚମରୁ କଲାର ଓ ହରେକୃଷ୍ଣ କଲାରଙ୍କ ଘର ପାଖ ଖଳାରେ ଧାନ ଗଦା କରି ରଖାଯାଇଥିଲା | ଧାନ ଗଦା ଉପରେ ଯାଇଥିବା ବିଦ୍ୟୁତ ତାର ୨ଟି ପବନ ଦ୍ଵାରା ହଲିଯାଇ ବାଡେଇ ହେବାରୁ ସର୍ଟ ସର୍କିଟ ହୋଇ ନିଆଁ ବାହାରି ଧାନ ଗଦାରେ ପଡିଥିଲା | ପରେ ଧାନ ଗଦାରେ ଧୀରେ ଧୀରେ ନିଆଁ ଲାଗି ଧୂଆଁ ବାହାରିବାରୁ ଘରେ ଥିବା ମହିଳା ମାନେ ବାହାରେ ଯାଇ ଦେଖିଥିଲେ ଯେ ଧାନଗଦାରେ ନିଆଁ ଲାଗିଛି ଏବଂ ପାଟି କରି ଲୋକଙ୍କୁ ଡାକିଥିଲେ | ପାଟି ଶୁଣି ଲୋକେ ଆସି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ | ପରେ ଡାବୁଗାଁ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା | ନିଆଁ ଲାଗି ୩ ଜଣଙ୍କର ୨୩ ଏକର ଜମିରେ ଚାଷ ହୋଇଥିବା ଧାନ ପୋଡି ନଷ୍ଟ ହୋଇଯାଇଛି | ଏଥିରେ ଆନୁମାନିକ ପ୍ରାୟ ୩୫୦ କୁଇଣ୍ଟାଲରୁ ଊର୍ଦ୍ଧ୍ଵ ଧାନ ନଷ୍ଟ ହୋଇଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି | ଏଥିରେ ଡାବୁଗାଁ ଅଗ୍ନିଶମ କେନ୍ଦ୍ର ଅଧିକାରୀ ହିମାଂଶୁ ଶେଖର ନାୟକ ଓ କର୍ମଚାରୀ ଲକ୍ଷ୍ମୀଧର ଜାନୀ, ହେମନ୍ତ ମାଝି, ମାନସିଂ ଶବର, ଏନ. ସି ପରିଆ, ସରୋଜକାନ୍ତ ବାରିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |