ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦

ଜୋହାନ୍ସବର୍ଗ, ୧୫ା୧୧  : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ଚତୁର୍ଥ ତଥା ଶେଷ ମୁକାବିଲା ଆଜି ସ୍ଥାନୀୟ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୩ଟି ମୁକାବିଲା ମଧ୍ୟରୁ ଘରୋଇ ଦଳ ଗୋଟିକରେ ଓ ଭାରତ ୨ଟିରେ ଜିତି ସିରିଜ୍‌‌ରେ ଆଗୁଆ ରହିଛି।ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦   ଶୁକ୍ରବାର ହେବ। ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ବର୍ତ୍ତମାନ ରିଙ୍କୁ ସିଂଙ୍କ ଫର୍ମ ଓ ବ୍ୟାଟିଂ ପୋଜିଶନ ଭ୍ରମଣକାରୀ ଦଳ ପାଇଁ ଏବେ ଏକ ଚିନ୍ତାର ବିଷୟ ହୋଇଛି। ସଞ୍ଜୁ ସାମସନ ଓ ତିଲକ ବର୍ମା ଇତିମଧ୍ୟରେ ଶତକ ହାସଲ କରିଛନ୍ତି। ଏହା ସତ୍ତ୍ୱେ ୩-୧ରେ ସିରିଜ ଜିତିବାକୁ ହେଲେ ଶୁକ୍ରବାର ମ୍ୟାଚରେ ଦଳଗତ ପ୍ରଦର୍ଶନର ଆବଶ୍ୟକତା ରହିଛି। ଦି ଓ୍ବାଣ୍ଡରର୍ସ ‘ବୁଲ୍‌ ରିଙ୍ଗ’ ପିଚ୍‌ ସବୁବେଳେ ଭାରତୀୟ ଦଳକୁ ସୁହାଇ ଆସିଛି। ଏଠାରେ ୨୦୦୭ରେ ପାକିସ୍ତାନକୁ ହରାଇ ଭାରତ ଟି୨୦ ବିଶ୍ୱକପ୍‌ ଫାଇନାଲ ଜିତିଥିଲା। ବର୍ଷକ ପୂର୍ବେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଟି୨୦ ସିରିଜ ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ଷ୍ଟାଡିୟମରେ ଏକ ଶତକ ହାସଲ କରିଥିଲେ। ଦଳର ବିଜୟରେ ଏହା ସହାୟକ ହୋଇଥିଲା।ଜୋହାନ୍ସବର୍ଗରେ ଭାରତର ପ୍ରଦର୍ଶନ ସବୁବେଳେ ଭଲ ରହିଆସିଛି। ଏଠାରେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ବିଜେତା ହୋଇଥିଲା। ଗତବର୍ଷ ହୋଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସୂର୍ଯ୍ୟକୁମାର ୟାଦବ ଏଠାରେ ଶତକ ମାରିଥିଲେ। ସୂର୍ଯ୍ୟଙ୍କ ନେତୃତ୍ବ ମଧ୍ୟ ଭାରତ ପାଇଁ ଭଲ ଫଳ ଦେଉଛି। ୧୬ ମ୍ୟାଚ୍‌ରୁ ଭାରତ ୧୩ଟିରେ ଜିତିଛି।

ସମ୍ଭାବ୍ୟ ଭାରତୀୟ ଦଳ: ସଂଜୁ ସାମସନ୍‌, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂହ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ବିଜୟ କୁମାର ବୈଶାକ/ରମଣଦୀପ ସିଂହ, ରବି ବିଷ୍ଣୋଇ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ଐଦେନ ମାରକ୍ରମ (ଅଧିନାୟକ), ରିୟାନ ରିକେଲ୍‌ଟନ୍‌, ତ୍ରିଷ୍ଟନ ଷ୍ଟବ୍ସ, ହେନରିକ କ୍ଲାସେଁ, ଡେଭିଡ୍‌ ମିଲର,‌ ପାଟ୍ରିକ୍‌ କ୍ରୁଗ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!