ପ୍ରସିଦ୍ଧ କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ

ଡାବୁଗାଁ( ମିହିର ଶଙ୍କର ପାତ୍ର), ୧୫ା୧୧- ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଥିବା ପ୍ରସିଦ୍ଧ କେଲିଆ ଶୈବ ପୀଠ ଓ ମାଁ ପାର୍ବତୀ ଗୁମ୍ଫା ଠାରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ହେଇଯାଇଛି। ଭୋର ସଖାଳୁ ଭକ୍ତ ମାନେ ନଦୀ, ପୋଖରୀରେ ଡ଼ଙ୍ଗା ଭସାଇବା ପରେ, ଭଗବାନଙ୍କ ଦର୍ଶନ ପାଇଁ ବାହାରିଥିଲେ। ସଖାଳ 6 ଘଣ୍ଟା ସମୟରୁ ମନ୍ଦିରରେ ଗହଳି ଚହଲି ଲାଗିରହିଛି। କେଲିଆ ଶୈବପୀଠ ଠାରେ ୨5 ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିବା ଦେଖି ବାକୁ ମିଳିଥିଲା। ମନ୍ଦିର ପରିଚାଳନା କମିଟି ତରଫରୁ ଭକ୍ତଙ୍କ ପାଇଁ ଅର୍ନଭୋଗର ଆୟୋଜନ କରାଯାଇଥିଲା। ପ୍ରତିବର୍ଷ ପରି ପୋଲିସ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ଓ ମନ୍ଦିର କମିଟି ତରଫରୁ ମେଳା ପରିଚାଳନା କରଯାଇଥିଲା। ଆଜିଏହି ପବିତ୍ର ଅବସରରେ ଭଗବାନ ଙ୍କ ଦର୍ଶନ ପାଇଁ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ, ପୂର୍ବତନ ସାଂସଦ ରମେଶ ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଡାବୁଗାଁ ତହସିଲଦାର ହରିଅମ ଭଇ, ଡାବୁଗାଁ ବିଡ଼ିଓ ଶରତ ମାଝୀ ଉପସ୍ଥିତି ଥିଲେ।କେଲିଆ ଶୈବପୀଠର ପରିଚାଳକ ସମ୍ପାଦକ ଦେବରାଜ ପାତ୍ର, କୋଷାଦକ୍ଷ ଜି ସାଇ ରାଜୁ , କମିଟି ର ସଦସ୍ୟମାନେ ଓ ଯୁବଗୋଷ୍ଠୀ ମାନଙ୍କ ଦ୍ବାରା ସୁରୁଖୁରୁରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ହେଇଥିଲା। ଆଜି ଏଭଳି ଆଜି ଡାବୁଗାଁ ସଦର ମହକୁମା ସ୍ଥିତଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର ସହ ବିଭିନ୍ନ ମନ୍ଦିର ରେ ସଖାଳ ଠାରୁ ଭକଙ୍କ ଭିଡ଼ ଦେଖିବା କୁ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!