ନୂଆଦିଲ୍ଲୀ,୧୫।୧୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ବିମାନରେ ଦେଖାଯାଇଛି ବୈଷୟିକ ତ୍ରୁଟି। ଝାରଖଣ୍ଡର ଦେଓଘର ଏୟାରପୋର୍ଟରେ ବିମାନରେ ତ୍ରୁଟି ଦେଖାଯିବାରୁ ମୋଦିଙ୍କ ଦିଲ୍ଲୀ ଫେରିବା ବିଳମ୍ବ ହୋଇଛି। ଆଜି ଝାରଖଣ୍ଡର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ।ଏହାପରେ ଦେଓଘର ଏୟାରପୋର୍ଟରୁ ସେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଥିଲା। ମୋଦି ଏୟାରପୋର୍ଟକୁ ଆସିଥିଲେ ହେଁ ହଠାତ୍ ବିମାନରେ ତ୍ରୁଟି ଦେଖାଯାଇଥିଲା।ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିହାର ଗସ୍ତରେ ଯାଇଥିଲେ। ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ (ଜନଜାତୀୟ ଗୌରବ ଦିବସ) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ବିହାରର ଜାମୁଇଠାରେ ଆଦିବାସୀମାନଙ୍କ ଲାଗି ଉଦ୍ଦିଷ୍ଟ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉନ୍ମୋଚନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରହିଥିବା ବିମାନଟି ଦେଓଘର ବିମାନବନ୍ଦରରେ ରହିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |