ପେସା ଆଇନ ଲାଗୁ ପୂର୍ବରୁ ନିଆଯିବ ଲୋକଙ୍କ ମତ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୧୧:ରାଜ୍ୟରେ ପେସା ଆଇନ ଲାଗୁ କରିବା ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଆଇନ୍ ଲାଗୁ କିରବା ଆଗରୁ ରାଜ୍ୟ ସରକାର ଲୋକଙ୍କ ମତ ନେବା ନେଇ କହିଛନ୍ତି । ଜନଜାତୀୟ ଗୌରବ ଦୀବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା। କିନ୍ତୁ ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖା ଯାଇଥିଲା। ଆଦିବାସୀ ସଂସ୍କୃତି କୁ ସୁରକ୍ଷା ଦେବା ଆମ ସରକାରଙ୍କ ପ୍ରାଥମିକତା । ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ଜନସଭା ହେବ । ପେସା କିଭଳି କାର୍ଯ୍ୟକାରୀ ହେବ ସେନେଇ ବିସ୍ତୃତ ଆଲୋଚନା ହେବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମୈଦାନଠାରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ । ଏଥିରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ବିହାରରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତି ରହି ଅଭିଭାଷଣ ରଖିଥିଲେ ।ଯଦି ଦେଖିବା ପେଶା ଆଇନ ଦେଶର ୬ଟି ରାଜ୍ୟରେ ଲାଗୁ ହୋଇସାରିଛି । କିନ୍ତୁ ଓଡିଶାରେ ଏହା ଏ ଯାଏଁ ଲାଗୁ ହୋଇନାହିଁ । ପେଶା ଆଇନ ଲାଗୁ କରିବା ଦାବିରେ ସୁନ୍ଦରଗଡ ଭଳି ଜିଲ୍ଲାରେ ଆନ୍ଦୋଳନ ବି ହୋଇଛି । ଛତିଶଗଡ ଓ ଆନ୍ଧ୍ରରେ ଏହି ପେଶା ଆଇନ ଲାଗୁ ହେବା ପରେ ଏହାର ସକରାତ୍ମକ ପ୍ରଭାବ ଦେଖାଯାଇଛି । ଆଦିବାସୀ ଓ ଗ୍ରାମସଭାକୁ ଅଧିକ ସଶକ୍ତ , ଶିକ୍ଷା ସ୍ୱାସ୍ଥ୍ୟଭଳି କ୍ଷେତ୍ରରେ ସୁଧାର ଆଣିବା ଆଣିବା ମୁଖ୍ୟ ଉଦ୍ଦେଶ୍ୟ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!