ପୁରୀ,୧୬ା୧୧:କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଶୁକ୍ରବାର ହଟାଇ ନିଆଯାଇଛି।ଶ୍ରୀମନ୍ଦିରରେ ଭିଡ଼ କମିଥିବାରୁ ଆଜିଠୁ ପୁଣି ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ୪ଦ୍ୱାର। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାରଠାରୁ ପୁନର୍ବାର ଭକ୍ତମାନେ ଶ୍ରୀମନ୍ଦିରରେ ଚାରିଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବେ। ତେବେ ସେବକ ତଥା ତାଙ୍କ ପରିବାରବର୍ଗ ସମସ୍ତ ଦ୍ୱାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ନାଟମଣ୍ଡପଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ରହିଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ ଓ ଅନୁମୋଦନ ପରେ ନାଟମଣ୍ଡପରେ ହେବାକୁ ଥିବା ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶୁକ୍ରବାର ସୂଚନା ଦିଆଯାଇଛି।ସିଂହ ଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରସ୍ଥାନ କରିବେ। ହେଲେ ସେବକ ଓ ତାଙ୍କ ପରିବାର ଲୋକେ କିନ୍ତୁ ସମସ୍ତ ୪ ଦ୍ୱାର ଦେଇ ପ୍ରବେଶ ସହ ପ୍ରସ୍ଥାନ କରିପାରିବେ। କାର୍ତ୍ତିକ ମାସ ପାଇଁ ଗତ ୧୮ ତାରିଖରୁ ଭକ୍ତମାନେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ, ହେଲେ ଅହେତୁକ ଭିଡ଼ ପାଇଁ ପଞ୍ଚୁକ ୪ ଦିନ ପଶ୍ଚିମ ଦ୍ୱାର ରବାଟେ ବି ପ୍ରବେଶ କଟକଣା ଲଗାଇ କେବଳ ସିଂହଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ା ଯାଉଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |