ଭୁବନେଶ୍ୱର,୧୬ା୧୧:ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି । ଏନେଇ ମତ୍ସ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଆକାଉଣ୍ଟକୁ ଟଙ୍କା ଯିବ । ସିଧାସଳଖ ଡିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା ।ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର। ଚାଷୀମାନେ ସେଠାରେ କ୍ଷୀର ବିକ୍ରି କରିପାରିବେ। ଓମ୍ଫେଡ୍ ସମୀକ୍ଷା ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି।ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ଡାଏରୀ ପ୍ଲାଣ୍ଟ । ସମ୍ବଲପୁର, ବାଲେଶ୍ୱର ଓ ଗଞ୍ଜାମରେ ନୂଆ ଓମଫେଡ୍ ପ୍ଲାଣ୍ଟ ଖୋଲିବା ନେଇ ସମୀକ୍ଷା ବୈଠକ ପରେ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଏହା ସହ ଖୁବଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ ହେବ ବୋଲି ସେ କହିଥିଲେ ।ଓମଫେଡ୍ କ୍ୱାଲିଟି ଓ କ୍ୱାଣ୍ଟିଟି ପାଇଁ ପ୍ଲାଣ୍ଟରେ ସିସିଟିଭି ସୁବିଧା ରହିବ । ଖୁବ ଶୀଘ୍ର ଓମଫେଡ୍ ପାଣି ଓ ଚକଲେଟ୍ ବଜାରକୁ ଆସିବ । ବିଭିନ୍ନ ପଞ୍ଚାୟତରେ ଓମଫେଡ୍ ପାର୍ଲର ଓ କ୍ଷୀର ଧାରା ମିଶନ ଖୋଲିବ । ସ୍ଥାନରେ ଓମଫେଡ୍ ପାର୍ଲର ଖୋଲାଯିବ । ଏବେ ୨୦ଟି କ୍ଷୀର ଧାରାକେନ୍ଦ୍ର ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ଆଉ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି । କ୍ଷୀରଧାରା କେନ୍ଦ୍ରରେ କ୍ଷୀର ଦେଲେ ଡିବିଟି ଜରିଆରେ ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ । ଏହି ପରିପ୍ରେକ୍ଷୀରେ ଶୀଘ୍ର ଡିବିଟି ଲାଗୁ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଶ୍ରୀ ମଲ୍ଲିକ କହିଛନ୍ତି, ଲୋକଙ୍କ ଚାହିଦା ଦେଖି ବିଭିନ୍ନ ସ୍ଥାନରେ ଓମ୍ଫେଡ୍ ପାର୍ଲର ଖୋଲାଯିବ। ଏହାଛଡ଼ା ପ୍ରତି ପଞ୍ଚାୟତରେ କ୍ଷୀରଧାର କେନ୍ଦ୍ର ଖୋଲାଯିବ। ଚାଷୀମାନେ ସେଠାରେ କ୍ଷୀର ବିକ୍ରି କରିପାରିବେ। ଚାଷୀଙ୍କ ପାଖକୁ ଡିବିଟି ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରାଯିବ। ଅତି ଆବଶ୍ୟକ ଥିବା ସ୍ଥାନରେ ବର୍ତ୍ତମାନ ସୁଦ୍ଧା ୨୦ଟି କ୍ଷୀରଧାରା କେନ୍ଦ୍ର ଖୋଲା ସରିଲାଣି। ମାସେ ଭିତରେ ଆଉ ୨୭ରୁ ୨୮ଟି କ୍ଷୀରଧାରା କେନ୍ଦ୍ର ଖୋଲିବା ପାଇଁ ବ୍ୟବସ୍ଥା କରିଛୁ ମନ୍ତ୍ରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |