ଅନାସ୍ଥା ହାରିଲେ BJD ବ୍ଲକ ଅଧ୍ୟକ୍ଷା

ଢେଙ୍କାନାଳ,୧୬ା୧୧:ଅନାସ୍ଥାରେ ହାରିଲେ ଢେଙ୍କାନାଳ ସଦର ବ୍ଲକ୍‌ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ଆଜି ହୋଇଥିବା ଅନାସ୍ଥା ଭୋଟ୍‌ରେ ୧୭ ଜଣ ଅଧ୍ୟକ୍ଷାଙ୍କୁ ସମର୍ଥନ କରିଥିଲେ। କିନ୍ତୁ ୪୪ ଖଣ୍ଡ ଭୋଟ୍‌ ଅନାସ୍ଥା ସପକ୍ଷରେ ପଡ଼ିଥିଲା। ଖଣ୍ଡିଏ ଭୋଟ୍‌ ନାକଚ ହୋଇଥିଲା।ଢେଙ୍କାନାଳ ସଦର ବ୍ଲକରେ ବିଜେଡି ସମର୍ଥିତ ରାଜଶ୍ରୀ ନାୟକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ତେବେ ସାଧାରଣ ନିର୍ବାଚନରେ ବିଜେଡିର ସୋଚନୀୟ ପରାଜୟ ହୋଇଥିଲା। ଏହା ପରେ ଦଳ ଭୁଶୁଡିବା ଆରମ୍ଭ କରିଥିଲା। ଜଣେ ପରେ ଜଣେ ନେତା ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ଶେଷ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ।ଅନାସ୍ଥା ଭୋଟିଂରେ ରାଜଶ୍ରୀ ନାୟକଙ୍କ ବିପକ୍ଷରେ ପଡ଼ିଲା ୪୪ ଭୋଟ୍, ସପକ୍ଷରେ ୧୭ ଭୋଟ୍ । ଗୋଟିଏ ଭୋଟ୍ ନାକଚ ହୋଇଥିବା ସୂଚନା ।୨ ବିଧାୟକ, ଢେଙ୍କାନାଳ ସାଂସଦଙ୍କୁ ମିଶାଇ ଭୋଟ୍ ଦେଇଥିଲେ ୬୨ ଜଣ । ସଦର ବ୍ଲକ ଅଧ୍ୟକ୍ଷା ପଦ ହରାଇଥିବା ନେଇ ସୂଚନା ଦେଲେ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!