ହାଇଦ୍ରାବାଦରୁ ଲକ୍ଷାଧିକ ଚୋରି ଟଙ୍କା ବାଲେଶ୍ୱର ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର

ବାଲେଶ୍ୱର,୧୬ା୧୧ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ୍‌ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି।ସୂଚନା ଅନୁସାରେ, ବଡ଼ମନ୍ଦାରୁଣୀ ଗ୍ରାମର ଉମାକାନ୍ତ ବେହେରା ଜ୍ୱାଇଁ ଗୋପାଳ ବେହେରା ହାଇଦ୍ରାବାଦଠାରେ ଏଗ୍ରୋ କମ୍ପାନୀରେ ୧୦ ବର୍ଷ ଧରି କାମ କରୁଥିଲେ। ତିନି ଦିନ ବ୍ୟାଙ୍କ ଛୁଟି ଥିବାରୁ ମାଲିକ ଲକରରେ ୨୦ ଲକ୍ଷ ୮୦ ହଜାର  ଟଙ୍କା ରଖିଥିଲେ। ଏହାର ସୁଯୋଗ ନେଇ ଗୋପାଳ ଟଙ୍କା ଚୋରି କରି ହାଇଦ୍ରାବାଦରେ ରହୁଥିବା ତାଙ୍କ ଶାଳକକୁ ଦେଇଥିବାବେଳେ ଶାଳକ ଘର ଥିବା ବାପା ଓ ମା’ଙ୍କୁ ଜଳେଶ୍ୱର ଷ୍ଟେଶନକୁ ଡାକି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଦେଇଥିଲେ। ହାଇଦ୍ରାବାଦ ପୋଲିସ ପାଖରେ ଏଗ୍ରୋ କମ୍ପାନୀ ମାଲିକ ଅଭିଯୋଗ ପରେ ଶନିବାର ବଡ଼ମନ୍ଦାରୁଣୀ ଗ୍ରାମରେ ହାଇଦ୍ରାବାଦ ପୋଲିସ ଓ କମର୍ଦ୍ଦା ପୋଲିସ ମିଳିତ ସହାୟତାରେ ଖତଗଦାରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିଲା। ଅଭିଯୁକ୍ତ ଗୋପାଳ ଫେରାର ହୋଇଯାଇଥିବାବେଳେ ଶାଳକ ରବିନ୍ଦ୍ର ବେହେରା ଓ ଶାଶୁଙ୍କୁ କମର୍ଦ୍ଦା ଥାନାରେ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।ଆଜି ସକାଳେ ହାଇଦ୍ରାବାଦ ପୁଲିସ୍‌ ଗୋପାଳଙ୍କ ଗାଁରେ ପହଞ୍ଚିଥିଲା। ଗୋପାଳଙ୍କ ବାପା ଉମାକାନ୍ତ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ମା’ ପ୍ରଥମେ ଟଙ୍କା ରଖିଥିବା କଥାକୁ ଅସ୍ୱୀକାର କରିଥିଲେ। ଏହାପରେ ସବୁ ସତ କଥା ମାନିଥିବା ବେଳେ ଖତ ଗଦାରେ ଟଙ୍କା ଲୁଚାଇଥିବା କହିଥିଲେ।ପୁଲିସ୍‌ ଖତଗଦା ଓ ଘରେ ଖୋଜାଖୋଜି କରି ସମୁଦାୟ ୧୪ ଲକ୍ଷ ଟଙ୍କା ଜବତ କରିଛି। ତେବେ ଅବଶିଷ୍ଟ ଟଙ୍କା କୁଆଡ଼େ ଗଲା ଓ ଗୋପାଳ କେଉଁଠି ଅଛି ଏବେ ସେ ନେଇ ତନାଘନା ଚଳାଇଛି ପୁଲିସ୍‌। ଅଧିକ ତଥ୍ୟ ପାଇଁ ପୁଲିସ୍‌ ବାସନ୍ତୀ ବେହେରାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!