ନିଯୁକ୍ତି ପାଇବେ ଆଉ ୫ ହଜାର ଡାକ୍ତର

ଭୁବନେଶ୍ୱର,୧୬ା୧୧:   ଖୁବଶୀଘ୍ର ରାଜ୍ୟରେ ୫ ହଜାରରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତ ପ୍ରଦାନ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଚଳିତ ଆର୍ଥିକ ବର୍ଷରେ ୫ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏହାସହିତ ୩ ହଜାର ପାରାମେଡିକସଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ । ଏଥିପାଇଁ ସରକାରଙ୍କ ତରପରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।ସେହିପରି ଆଗାମୀ ଆର୍ଥିକ ବର୍ଷରେ ଆଉ ୨ଟି ମେଡିକାଲ କଲେଜର କାର୍ଯ୍ୟକ୍ଷମ ହେବାକୁ ଯୋଜନା ରହିଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତିକମ୍ ରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହିତ ସମସ୍ତ କଲେଜରେ ପିଜି ଖୋଲିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ମେଡିକାଲ କଲେଜରେ ୧୫୦୦ ପିଜି ସିଟ୍ ରହିଛି । ତେଣୁ ଏହାକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟସେବାକୁ ସରଳରୁ ଅତି ସରଳ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ । ସବୁ ପଞ୍ଚାୟତରେ ଆରୋଗ୍ୟ ମନ୍ଦିର ହେବ ଏବଂ ଗରେ ଘରେ ଉଚିତ ସମୟରେ ଉପଯୁକ୍ତ ଚିକିତ୍ସା ପହଞ୍ଚିପାରିବ ବୋଲି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!