ନୂଆଦିଲ୍ଲୀ,, ,୨୪ା୧୧:ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ଅଷ୍ଟାଦଶ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମୀ ପ୍ରକ୍ରିୟା ରବିବାରଠୁ ଆରମ୍ଭ ହେବ। ସାଉଦୀ ଆରବର ଜେଦ୍ଦା ସହରରେ ୨ ଦିନ ଧରି ହେବାକୁ ଥିବା ଏହି ଚର୍ଚ୍ଚତ ଖେଳାଳି ନିଲାମରେ ଏଥର ୫୭୭ ଜଣ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ହେବ। ଅଂଶଗ୍ରହଣକାରୀ ୧୦ ଗୋଟି ଫ୍ରାଞ୍ଚାଇଜ ଏଥର ନିଲାମୀ ଲାଗି ୪୬ ଜଣ ଖେଳାଳିଙ୍କୁ ଦଳରେ ରିଟେନ ତଥା ବଜାୟ ରଖିଛନ୍ତି। ନିଲାମୀ ଲାଗି ଆଇପିଏଲ୍ ପକ୍ଷରୁ ୫୭୭ ଜଣ ଖେଳାଳିଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଏମାନଙ୍କ ମଧ୍ୟରେ ୩୬୭ ଜଣ ଭାରତୀୟ ଖେଳାଳି ରହିଥିବାବେଳେ ୨୧୦ଜଣ ବିଦେଶୀ ରହିଛନ୍ତି। ୧୦ଟି ଯାକ ଫ୍ରାଞ୍ଚାଇଜ ଏମାନଙ୍କ ମଧ୍ୟରୁ ମୋଟ୍ ୨୧୦ଜଣ ଖେଳାଳିଙ୍କୁ ଦଳରେ କ୍ରୟ କରିପାରିବେ। ସେମାନଙ୍କ ମଧ୍ୟରେ ୭୦ ଜଣ ବିଦେଶୀ କ୍ରିକେଟର୍ ରହିବା ବାଧ୍ୟତାମୂଳକ। ପ୍ରତି ୩ ବର୍ଷରେ ଆଇପିଏଲ୍ର ଏହି ମେଗା ନିଲାମୀ ହୋଇଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |