କଡା ସୁରକ୍ଷା ବଳୟ ଭିତରେ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର,୨୫ା୧୧: କଡା ସୁରକ୍ଷା ବଳୟ ଭିତରେ ରାଜଧାନୀ ଭୁବନେଶ୍ୱର । ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୀତ କାଳୀନ ଅଧୀବେଶନ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ବିଧାନସଭା ପାଇଁ ରାଜଧାନୀରେ ମୁତୟନ ହେବେ 30ପ୍ଲାଟୁନ ଫୋର୍ସ । 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ବିଧାନସଭା ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନୁପୁଜିବ ସେଥିପାଇଁ ମଧ୍ୟ ନଜର ରଖିଛି ପୋଲିସ ।ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ୮ଟି ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି । ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଡିସିପିଙ୍କ ନେତୃତ୍ୱରେ ୮ ଜଣ ଅତିରିକ୍ତ ଡିସିପି, ୨ କମ୍ପାନୀ ସିଆରପିଏଫ୍, ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ନିୟୋଜିତ ହୋଇଛନ୍ତି। ଏହା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ଗୁଇନ୍ଦା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଅଧିବେଶନ ସମୟରେ ଗାନ୍ଧୀ ମାର୍ଗ କଡ଼ା ସୁରକ୍ଷା ବଳୟ ଏବଂ ସିସିଟିଭି ନଜରରେ ରହିବ । ସେପଟେ 29 ତାରିଖ ରୁ ଭୁବନେଶ୍ବରରେ ପ୍ରଥମଥର ପାଇଁ ହେବ ଡିଜି ଆଇଜି ସମ୍ମିଳନୀ । 3 ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା , ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ସମେତ ସବୁ ରାଜ୍ୟର ଡିଜି ଓ ବହୁ ବରିଷ୍ଠ ଅଧିକାରୀ ଯୋଗଦେବେ । ବ୍ଲୁ ବୁକ ଅନୁସାରେ ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଲୋକସେବା ଭବନ ସମେତ ଆଖ ପାଖ ଅଞ୍ଚଳକୁ ସିଲ କରି ଦିଆଯାଇଛି । ଗୋଟିଏ ପଟେ ବିଧାନସଭା ଅନ୍ୟ ପଟେ ଡିଜି ଆଇଜି ସମ୍ମିଳନୀ । ଏହି ସମୟ ଭିତରେ ଯେଭଳି ଭୁବନେଶ୍ବର ସମେତ ସାରା ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ନପୁଜେ ସେଥିପାଇଁ ସ୍ପେଶାଲ ଡ୍ରାଇଭ କରି ପେସାଦର ଅପରାଧୀଙ୍କ ଉପରେ ନଜର ରଖିଛି ପୋଲିସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!