ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ ଜବତ କଲା କୋଷ୍ଟଗାର୍ଡ

ନୂଆଦିଲ୍ଲୀ,୨୫ା୧୧:ଭାରତୀୟ ତଟରକ୍ଷୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଆଣ୍ଡାମାନରୁ ୫ ଟନର ଡ୍ରଗ୍ସ ଜବତ କରିଛନ୍ତି ତଟରକ୍ଷୀ ବାହିନୀ। ଏକ ମାଛଧରା ଡଙ୍ଗାରେ ଚାଲାଣ ବେଳେ ହୋଇଥିଲା ଚଢାଉ।ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଆଣ୍ଡାମାନ ସାଗରରେ ଏକ ମାଛଧରା ଡଙ୍ଗାରୁ ପ୍ରାୟ ୫ ଟନ୍ ଡ୍ରଗ୍ସ ଜବତ କରିଛି | କୋଷ୍ଟଗାର୍ଡ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଡ୍ରଗ୍ସ ଚୋରା ଚାଲାଣ ଏବଂ ମାଫିଆ ବିରୁଦ୍ଧରେ ଏବେ ବଡ଼ଧରଣର ଅପରେସନ କୋଷ୍ଟଗାର୍ଡ ଦ୍ୱାରା କରାଯାଉଥିବାବେଳେ ଏହାପୂର୍ବରୁ ମାସ ଆରମ୍ଭରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଗୁଜୁରାଟ ଉପକୂଳରୁ ୭୦୦ କିଲୋଗ୍ରାମ ମିଥାମଫେଟାମାଇନ୍ (ମିଥ୍) ଜବତ କରିଥିଲେ। ଏହି ଘଟଣାରେ ଆଠ ଜଣ ଇରାନ ନାଗରିକ ଗିରଫ ହୋଇଥିଲେ। ଭାରତୀୟ ଜଳକ୍ଷେତ୍ରରେ ଘଟୁଥିବା ଏହି ଘଟଣାରୁ ଏହା ସ୍ପଷ୍ଟ ହୋଇଛି ଯେ ସମୁଦ୍ର ମାର୍ଗ ଦେଇ ଡ୍ରଗ୍ କାରବାର ବୃଦ୍ଧି ପାଉଛି ଏବଂ ଏହାକୁ ରୋକିବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି। ଏହି ଡ୍ରଗ୍ ଚୋରା କାରବାରକୁ ରୋକିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ଗୁଜୁରାଟ ପୋଲିସର ଆତଙ୍କବାଦ ବିରୋଧୀ ଦଳ ମିଳିତ ଭାବେ ଅପରେସନ୍ ‘ସାଗର ମନ୍ଥନ -୪’ ଚଳାଇଛନ୍ତି । ଗୁପ୍ତଚର ସୂଚନା ଆଧାରରେ ଏହି ଅପରେସନରେ ଏକ ନିର୍ଦ୍ଦିଷ୍ଟ ଜାହାଜ ଚିହ୍ନଟ କରାଯାଇଥିଲା ଯାହା ନୌସେନା ଦ୍ୱାରା ଏହାର ସାମୁଦ୍ରିକ ପାଟ୍ରୋଲିଂ ଜାହାଜ ମାଧ୍ୟମରେ କଏଦ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସଫଳତାକୁ ପ୍ରଶଂସା କରିବା ସହ ଡ୍ରଗ୍ସ ବିରୋଧରେ ସରକାରଙ୍କ ଦୃଢ ପ୍ରତିବଦ୍ଧତା ଏବଂ ବିଭିନ୍ନ ଏଜେନ୍ସି ମଧ୍ୟରେ ଉତ୍କୃଷ୍ଟ ସମନ୍ୱୟର ଏକ ଉଦାହରଣ ବୋଲି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!