ନୂଆଦିଲ୍ଲୀ,୨୫ା୧୧:ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ରହିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଅତି ନିମ୍ନ ସ୍ତରରେ ଥିବାରୁ ସହରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ ଚତୁର୍ଥ ଚରଣ (GRAP-4) ଜାରି କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ସମସ୍ତ ସୀମାରେ ଚେକ୍ ପୋଷ୍ଟ ନାହିଁ। ଯାହାକୁ ନେଇ ଦିଲ୍ଲୀ ପୁଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ।ଜଷ୍ଟିସ ଏଏସ୍ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (CAQM) ଅଧିନିୟମ ଆଧାରରେ ଦିଲ୍ଲୀ ପୁଲିସ କମିଶନରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ବିଚାର କରାଯାଉଛି। କାରଣ ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଲା ପରେ ସହରରେ ୧୮ ନଭେମ୍ବରରୁ GRAP-4 ଜାରି କରାଯାଇଛି। ଏହାକୁ ସଠିକ ଭାବରେ ପାଳନ କରାଯାଉଛି କି ନାହିଁ, ତାହାର ତଦାରଖ କରିବା ପାଇଁ ସହରର ସମସ୍ତ ଚେକ୍ ପୋଷ୍ଟରେ ପୁଲିସ ଅଧିକାରୀଙ୍କୁ ନିଯୋଜିତ କରାଯିବା କଥା। ହେଲେ ଏପର୍ଯ୍ୟନ୍ତ କେବଳ ୨୩ଟି ଚେକ୍ ପଏଣ୍ଟରେ ପୁଲିସ ଅଧିକାରୀଙ୍କୁ ନିଯୋଜିତ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |