ଡାବୁଗାଁ ଆୟାପ୍ପା ଭକ୍ତଙ୍କ କେରଳର ସାବାରିମାଳା ଗ୍ରସ୍ତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର,) ,୨୫।୧୧: -ଡ଼ାବୁଗାଁ ବ୍ଲକ ଅଧୀନ ଜୟନ୍ତୀନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଆୟାପ୍ପା ଭକ୍ତ ଙ୍କ ଇରୁମୁଡି ପୂଜା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୂଜାରେ ଜୟପୁର ର ରାବଣା ଗୁରୁସ୍ଵାମୀ ୱାଇ. ରାବଣା ସ୍ଵାମୀ ଯୋଗ ଦେଇ ପୂଜାର୍ଚ୍ଚନା କରି ବ୍ରତଧାରି ଙ୍କ ମୁଣ୍ଡରେ ଇରୁମୁଡୁ ଧାରଣ କରାଇଥିଲେ । ଏଥିରେ ଭକ୍ତ ମାନେ ମନସ୍କାମନା କରି ଯେ କୌଣସି ଦିକ୍ଷାଧାରିଙ୍କୁ ୩ ବା ୭ମୁଠା ଚାଉଳ ଦେଇଥାନ୍ତି। ସେହି ଚାଉଳ ଓ ଘିଅ ନଡ଼ିଆ କୁ ଏକ ନୂଆ ବସ୍ତ୍ର ରେ ବାନ୍ଧି ମୁଣ୍ଡରେ ଧରି ଦୀକ୍ଷାଧାରି ମାନେ ଆୟାପ୍ପା ଙ୍କ ମନ୍ଦିରକୁ ଯାଇଥାନ୍ତି । ଏଥିରେ ଜଣେ ମଣିକଣ୍ଠ ସ୍ଵାମୀ ଓ ଜଣେ ସାବାରୀ ମାତାଙ୍କ ସହ ଡାବୁଗାଁ ଗୁରୁ ସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା,ବିଜୟ ନିହାଲ,ଆଶୁତୋଷ ଜେନା, ବାଦଲ ଜେନା, ରାଜେଶ ରାଓ, ସୁଦର୍ଶନ ରାଓ, ଏମ୍. ମାଣିକ, ଟି. ଜୁଗୁନୁ ବାବୁ, ଜିତେନ୍ଦ୍ର କୁମାର ଖୁଣ୍ଟିଆ ଙ୍କ ସମେତ ମୋଟ ୨୮ ଜଣ ବ୍ରତ ଧାରି ସ୍ଵାମୀ ଇରୂମୁଡ଼ି ଧାରଣ କରିଥିଲେ | ସମସ୍ତ ଭକ୍ତ ମାନେ କେରଳ ର ସାବାରିମାଳା ଯାଇ ଫମ୍ପା ନଦୀରେ ସ୍ନାନ କରି ସେଠାରୁ ଚାଲି ଚାଲି ଯାଇ ଆୟାପ୍ପା ସ୍ଵାମୀ ଙ୍କ ମନ୍ଦିରରେ ଆୟାପ୍ପା ସ୍ଵାମୀ ଙ୍କୁ ଦର୍ଶନ କରିବେ। ଭକ୍ତ ମାନେ ସମସ୍ତ ଦିକ୍ଷାଧାରି ଆୟାପ୍ପା ସ୍ଵାମୀ ମାନଙ୍କୁ ରାଧାକୃଷ୍ଣ ମନ୍ଦିର ଠାରୁ ଡାବୁଗାଁ କୃଷିଫାର୍ମ ଯାଏଁ ଏକ ଶୋଭାଯାତ୍ରା ରେ ନେଇଯାଇଥିଲେ । ପରେ ସେଠାରୁ ଆୟାପ୍ପା ସ୍ଵାମୀ ଙ୍କ ଦର୍ଶନାର୍ଥେ କେରଳ ଅଭିମୁଖେ ଯାତ୍ରା କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!